ନକଲି ନୋଟ ଗ୍ୟାଙ୍ଗରେ ଡେଲିଭରି ବୟ ଓ ରାପିଡୋ ଡ୍ରାଇଭର..
ୟୁଟ୍ୟୁବ ଓ ଇନଷ୍ଟାଗ୍ରାମ ଭିଡ଼ିଓ ଦେଖି ନକଲି ନୋଟ ତିଆରିର ଶୈଳୀ ଶିଖିଥିଲେ। ଅଭିଯୁକ୍ତଙ୍କ ଭିତରୁ ୧୧୨୪ଟି ନକଲି ନୋଟ, ଯାହାର ଦାମ୍ ୨.୯୧ଲକ୍ଷ ଟଙ୍କା ସମେତ କଲର ପ୍ରିଣ୍ଟର, ସ୍କାନର, ଲାମିନେଟର, ରଙ୍ଗୀନ ତରଳ ପଦାର୍ଥ, କାଗଜ ବଣ୍ଡଲ, ପ୍ୟାକିଂ ସହ ଅନ୍ୟାନ୍ୟ ସାମଗ୍ରୀ ସିଜ୍ କରିଛି।

ପ୍ରିଣ୍ଟର,ଗାନ୍ଧୀଙ୍କ ଫଟୋ ଓ ଓ୍ୱାଟରମାର୍କ ପେପର। ନକଲି ନୋଟ ଛାପି ହାଇଦ୍ରାବାଦରୁ ଗିରଫ ହେଲେ ୩। ଆଉ ଅଭଯୁକ୍ତଙ୍କ ଭିତରେ ଅଛନ୍ତି ଜମାଟୋ ଡେଲିଭରି ବୟ, ରାପିଡ଼ୋ ଡ୍ରାଇଭର ଓ ଅଟୋ ଡ୍ରାଇଭର। ଏ ସମସ୍ତ ଅଭିଯୁକ୍ତ ୟୁଟ୍ୟୁବ ଓ ଇନଷ୍ଟାଗ୍ରାମ ଭିଡ଼ିଓ ଦେଖି ନକଲି ନୋଟ ତିଆରିର ଶୈଳୀ ଶିଖିଥିଲେ। ଅଭିଯୁକ୍ତଙ୍କ ଭିତରୁ ୧୧୨୪ଟି ନକଲି ନୋଟ, ଯାହାର ଦାମ୍ ୨.୯୧ଲକ୍ଷ ଟଙ୍କା ସମେତ କଲର ପ୍ରିଣ୍ଟର, ସ୍କାନର, ଲାମିନେଟର, ରଙ୍ଗୀନ ତରଳ ପଦାର୍ଥ, କାଗଜ ବଣ୍ଡଲ, ପ୍ୟାକିଂ ସହ ଅନ୍ୟାନ୍ୟ ସାମଗ୍ରୀ ସିଜ୍ କରିଛି। ଜବତ ନୋଟ୍ ଭିତରେ ୫ଶହ,୨ଶହ ଓ ଶହେ ଟଙ୍କିଆ ନୋଟ୍ ସାମିଲ ଅଛି। ଗିରଫ ଅଭିଯୁକ୍ତ ହେଲେ ୩୬ ବର୍ଷୀୟ ରାମାଓ୍ୱତ ରାମୁ ଓରଫ ମୋହମ୍ମଦ, ୩୫ ବର୍ଷୀୟ ରାମାଓ୍ୱତ ମୋତିଲାଲ ଓ ୧୯ ବର୍ଷୀୟ ରାମାଓ୍ୱତ ଗାନ୍ଧୀ। ଏ ତିନିଜଣ ତେଲେଙ୍ଗାନାର। ରାମୁ ଜମାଟୋ ଡେଲିଭରି ବୟ, ମୋତିଲାଲ ରାପିଡୋ ଡ୍ରାଇଭର ଓ ଗାନ୍ଧୀ ଅଟୋ ରିକ୍ସା ଚଳାଉଥିଲେ। ଦିନତମାମ କେହି ଲୋକଙ୍କ ଘରକୁ ଖାଦ୍ୟ ପହଞ୍ଚାଉଥିଲା। କିଏ ବାଇକରେ ବସାଇ ଯାତ୍ରୀଙ୍କୁ ଛାଡୁଥିଲା ତ କିଏ ଅଟୋ ଚଳାଇ ପରିବାରର ଗୁଜୁରାଣ ମେଣ୍ଟାଉଥିଲା। ବାହାରୁ ଏହି ୩ ଜଣଙ୍କ ଜୀବନ ସାଧାରଣ ଲୋକଙ୍କ ଭଳି ଦିଶୁଥିଲେ ହେଁ ପରଦା ପଛରେ ନକଲି ନୋଟ ଛାପିବା, ବଜାରରେ ଏହାକୁ ଚଳାଇବା ଖେଳରେ ସାମିଲ ଥିଲେ। ପୁଲିସ ମୁତାବକ, ପାରିବାରିକ ଜୀବନରେ ଆସୁଥିବା ସମସ୍ୟା ଲାଗି ରାମୁର ଜୀବନ ଆର୍ଥିକ ଦୁଃସ୍ଥିତିରେ କଟୁଥିଲା। ଏତିକିବେଳେ ସେ ନିଜର ସମ୍ପର୍କୀୟ ମୋତିଲାଲଙ୍କ ସହ ଭେଟିଥିଲା। ଦୁହେଁ ଭୁଲ୍ ଉପାୟରେ ଟଙ୍କା ଆୟ କରିବାକୁ ଯୋଜନା କରିଥିଲେ। ଦୁହେଁ ଇଣ୍ଟରନେଟରେ ନକଲି ନୋଟ୍ ତିଆରିର ଉପାୟ ଶିଖିଥିଲେ। ଆଗ ମଦ ଦୋକାନ ଓ ପରିବା ବଜାରରେ ନକଲି ନୋଟ ବ୍ୟବହାର କରିଥିଲେ। ବିଶେଷକରି ରାତି ସମୟରେ ଏହି ନୋଟକୁ ଚଳାଇବାକୁ ପ୍ରୟାସ କରୁଥିଲେ। ରାତିରେ ଭିଡ଼ ଏ ନେଣଦେଣ ଭିତରେ ଛୋଟ ମୂଲ୍ୟର ଟଙ୍କା ଅସଲି କି ନକଲି ଚିହ୍ନିବାରୁ ବର୍ତ୍ତିବାର ସମ୍ଭାବନା ଅଧିକ ବୋଲି ଭାବି ଏମାନେ କୌଶଳ କରୁଥିଲେ।
