ପୋଲର ସ୍ଲାବ ଭୁଷୁଡ଼ି ୬ ଶ୍ରମିକ ମୃତ
ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବେତୱା ନଦୀ ଉପରେ ନିର୍ମାଣାଧୀନ ପୋଲର ଏକ ଅଂଶ ଧସି ପଡ଼ିଛି। ଭୟଙ୍କର ଝଡ଼ ତୋଫାନରେ ଭୁଷୁଡ଼ି ପଡ଼ିବାରୁ ୬ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି।

ଝଡ଼ତୋଫାନରେ ଭୁଷୁଡ଼ିଲା ପୋଲର ସ୍ଲାବ- ୬ ଶ୍ରମିକ ମୃତ
ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବେତୱା ନଦୀ ଉପରେ ନିର୍ମାଣାଧୀନ ପୋଲର ଏକ ଅଂଶ ଧସି ପଡ଼ିଛି। ଭୟଙ୍କର ଝଡ଼ ତୋଫାନରେ ଭୁଷୁଡ଼ି ପଡ଼ିବାରୁ ୬ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ୩ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଘଟଣାଟି ହମିରପୁର ଜିଲ୍ଲାର ପରସାନି ଓ କୁରାରା କଣ୍ଡୋର ଗାଁ ନିକଟରେ ଘଟିଛି। ପ୍ରବଳ ବର୍ଷାପବନ ଓ ଝଡ଼ତୋଫାନରୁ ପୋଲର ଏକ ସ୍ଲାବ୍ ତଳେ ପଡ଼ିଯାଇଥିଲା। ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରଙ୍କ ପ୍ରତି ଶୋକ ପ୍ରକାଶ କରିଛନ୍ତି। ଶୁକ୍ରବାର ବିଳମ୍ୱିତ ରାତି ୨ଟାରେ ଏହି ଘଟଣା ଘଟିଛି। ପ୍ରାୟ ୭ ଘଣ୍ଟା ଧରି ରେସକ୍ୟୁ ଅପରେସନ ଚାଲିଥିଲା। ମୃତକଙ୍କ ଭିତରେ ୪ଜଣ ବାନ୍ଦା ଓ ୨ ଜଣ ହମିରପୁରର। ମୃତକଙ୍କ ବୟସ ୨୦ରୁ ୨୫ ବର୍ଷ ଭିତରେ। ପୋଲ ଉପରେ ଦୁଇଟି ସିଫ୍ଟରେ କାମ ହେଉଥିଲା। ଯେତେବେଳେ ଝଡ଼ତୋଫାନ ଆସିଲା, ସେତେବେଳେ ପ୍ରଥମ ସିଫ୍ଟର ଲୋକେ ପୋଲ ତଳେ ଥିଲେ। ଯେବେକି ଦ୍ୱିତୀୟ ସିଫ୍ଟର ୭ ଶ୍ରମିକ ପୋଲ ଉପରେ କାମ କରୁଥିଲେ। ଆଉ ଏତିକିବେଳେ ଅଘଟଣ ଘଟିଗଲା। ପ୍ରବଳ ଗରମ ପାଇଁ ଦିନରେ କାମ ବନ୍ଦ କରି ରାତିରେ ହେଉଥିଲା। ୟୁପିର ରାଜ୍ୟ ସେତୁ ନିଗମ ଏହି ପୋଲର ନିର୍ମାଣ କରୁଛି। ୭ଶହ ମିଟର ଲମ୍ୱା ଏହି ପୋଲରେ ୯୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପୋଲ ମୋରାକାଣ୍ଡରୁ କୁରାରା ଯାଏ ହେଉଛି। ମାର୍ଚ୍ଚ ୨୦୨୪ରୁ ଆରମ୍ଭ ହୋଇଥିଲା। ଡିସେମ୍ୱର ୨୦୨୬ରେ ଏହାର କାମ ସରିବାକୁ ସମୟ ଧାର୍ଯ୍ୟ ହୋଇଛି।
