ଗିରଫ ଭୟରେ ଫେରାଇଲେ କଟ୍ ମନି
କିଛି ଟିଏମସି ନେତା ଓ ପଞ୍ଚାୟତ ପ୍ରତିନିଧି ଗ୍ରାମବାସୀଙ୍କ ଚାପରେ କଟ୍ ମନି ଫେରାଇବା ଆରମ୍ଭ କରିଥିବା ଖବର ସାମ୍ନାକୁ ଆସିଛି

ଆବାସ କରାଇଦେବା ନାଁରେ ଲୋକଙ୍କଠୁ ନେଇଥିଲେ ଟଙ୍କା। ପ୍ରାୟ ୪୫ ହିତାଧିକାରୀଙ୍କଠୁ ୫ହଜାର ଟଙ୍କା ଲେଖାଏଁ ହାତଗୁଞ୍ଜା ନେଇଥିଲେ ଟିଏମସିର କୁଜି ନେତା। ହେଲେ ଟିଏମସି ହାରିବା ପରେ କୁଜି ନେତା ନେଇଥିବା କଟ୍ ମନି ଖୋଲା ପଡ଼ିଆରେ ସର୍ବସମ୍ମୁଖରେ ଲୋକଙ୍କୁ ଫେରାଇଥିବାର ଭିଡ଼ିଓ ସାମ୍ନାକୁ ଆସିଛି। ନାମଖାନାର ଜଣେ ପଞ୍ଚାୟତ ନେତା ୪୫ ହିତାଧିକାରୀଙ୍କୁ ଏ ଟଙ୍କା ଫେରାଇଛନ୍ତି। ଗିରଫ ଭୟରେ ଆଗତୁରା ଏ ଟଙ୍କା ଫେରାଇଥିବା କୁହାଯାଉଛି। ସେପଟେ କୁଚ୍ ବିହାର ଗାଁ ଲୋକେ ୮୦ ଲକ୍ଷ ଟଙ୍କା ଫେରସ୍ତ କରିବାକୁ ଦାବି କଲେଣି। ସରକାରୀ ଯୋଜନାରେ ଲୋକଙ୍କୁ ସୁବିଧା ଦେବା ନାଁରେ ଟଙ୍କା ନେଇଥିବା ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ଟିଏମସି କର୍ମୀଙ୍କୁ ଏଯାଏଁ ଗିରଫ କରାଗଲାଣି। ବିଜେପି ସରକାର ଏହାକୁ ଉତ୍ତରଦାୟିତ୍ୱର ନାଁ ଦେଉଥିଲା ବେଳେ ଟିଏମସି କହୁଛି, ଏହା ରାଜନୈତିକ ପ୍ରୋପାଗାଣ୍ଡା। ପଶ୍ଚିମବଙ୍ଗରେ "କଟ୍ ମନି" (ସରକାରୀ ଯୋଜନାର ଲାଭ ଦେବା ନାମରେ ନିଆଯାଇଥିବା ଅବୈଧ କମିଶନ) ଫେରସ୍ତ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। କିଛି ଟିଏମସି ନେତା ଓ ପଞ୍ଚାୟତ ପ୍ରତିନିଧି ଗ୍ରାମବାସୀଙ୍କ ଚାପରେ କଟ୍ ମନି ଫେରାଇବା ଆରମ୍ଭ କରିଥିବା ଖବର ସାମ୍ନାକୁ ଆସିଛି। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଫଲଟା ଅଞ୍ଚଳରେ ଟିଏମସି ନେତା ଜାହାଙ୍ଗୀର ଖାନଙ୍କୁ ବିରୋଧରେ ଠିକାଦାରମାନଙ୍କ ଠାରୁ ୭ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ "କଟ୍ ମନି" ନେବାର ଅଭିଯୋଗ ଉଠିଥିଲା। ଠିକାଦାରମାନେ ଟଙ୍କା ଫେରାଇବାକୁ ଦାବି କରି ବିକ୍ଷୋଭ କରିଥିଲେ। ଏହାସହିତ, ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ଗ୍ରାମବାସୀମାନେ ଟିଏମସି ନେତାଙ୍କୁ କଟ୍ ମନି ଫେରସ୍ତ କରିବାକୁ ଚାପ ସୃଷ୍ଟି କରୁଛନ୍ତି। କୁଚବିହାରରେ ଗ୍ରାମବାସୀମାନେ ଲାଉଡସ୍ପିକରରେ ଘୋଷଣା କରି ନେତାଙ୍କୁ ଟଙ୍କା ଫେରାଇବା ପ୍ରତିଶ୍ରୁତି ମନେ ପକାଉଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି। କିଛି ଅଞ୍ଚଳରେ ଟିଏମସି ନେତାମାନେ ଗ୍ରାମବାସୀଙ୍କୁ ଡାକି ସାର୍ବଜନୀନ ଭାବେ କଟ୍ ମନି ଫେରାଇଛନ୍ତି। କେତେକ ନେତା ଉପସ୍ଥିତ ନଥିବାରୁ ସେମାନଙ୍କ ପରିବାର ସଦସ୍ୟମାନେ ମଧ୍ୟ ଟଙ୍କା ଫେରସ୍ତ ଦେଉଥିବା କୁହାଯାଉଛି। ଟିଏମସିର କିଛି ନେତାଙ୍କ ବିରୋଧରେ ସରକାରୀ ଯୋଜନା ଓ ଠିକା କାମରେ କମିଶନ ନେବା ଅଭିଯୋଗ ଉଠିଛି।
