Fake PMO Official Arrest:ପିଏମଓ ଅଧିକାରୀଙ୍କ ନକଲି ପରିଚୟ- ଧରାପଡ଼ିଲେ ମହିଳା
ପିଏମଓରୁ ଖୋଳତାଡ଼ ପରେ ଏଭଳି କୌଣସି ଅଧିକାରୀ ନାହାନ୍ତି ବୋଲି ସ୍ପଷ୍ଟ ହୋଇଥିଲା। ଆଉ ତଦନ୍ତରେ ଯେତେବେଳେ ଅସଲ ପରିଚୟ ଜଣାପଡ଼ିଲା, ଶିବପୁର ଥାନାରେ ପିଡବ୍ଲୁଡି ବିଭାଗ ଏତଲା ଦେଇଥିଲା। ତାଙ୍କୁ ପୁଲିସ ଦିଲ୍ଲୀରୁ ଗିରଫ କରି ହାଓଡା ଆଣିଛି। ଏବେ ତଦନ୍ତ ହେଉଛି, ସେ କେମିତି ସଚିବାଳୟର ଆକ୍ସେସ ପାଇଲେ।

ପିଏମଓର ଅଧିକାରୀ କହି ପଶ୍ଚିମବଙ୍ଗ ସଚିବାଳୟ ପରିଦର୍ଶନ ବେଳେ ଧରାପଡ଼ିଲେ ମହିଳା। ଅଫିସର ବେଶରେ ପଶିଥିବା ଏହି ଛଦ୍ମବେଶୀ ମହିଳା ନିଜ ନାଁ ଡକ୍ଟର ଆକାଙ୍କ୍ଷା ବିଦ୍ୟାର୍ଥୀ ବୋଲି କହିଥିଲେ। ନବାନ୍ନକୁ ଆଗୁଆ ଆପଏଣ୍ଟମେଣ୍ଟ ନେଇ ଜନସ୍ୱାସ୍ଥ୍ୟ ବିଭାଗକୁ ଯାଇଥିଲେ। ନିଜକୁ ପିଏମଓର ଅଧିକାରୀର ପରିଚୟ ଦେଇ ବିଭାଗର ଅଫିସରଙ୍କଠୁ ସୂଚନା ମାଗିଥିଲେ। ନବାନ୍ନରେ ପିଡବ୍ଲୁଡି ମନ୍ତ୍ରୀ ଅଜୟ ପୋଦ୍ଦାରଙ୍କ ସହ ବୈଠକ ପାଇଁ ସମୟ ବି ସ୍ଥିର ହୋଇସାରିଥିଲା। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ସହ ସେ ମନ୍ତ୍ରୀଙ୍କୁ ଟାଏଅପ୍ କରାଇଦେବେ ବୋଲି ମିଛ କଥା କହିଥିଲେ। ତେବେ ତାଙ୍କର ଗତିବିଧି ସନ୍ଦେହଜନକ ହେବାରୁ ତାଙ୍କର ଅସଲ ପରିଚୟ ଜାଣିବାକୁ ଚାହିଁଥିଲେ ଅଧିକାରୀ। ପିଏମଓରୁ ଖୋଳତାଡ଼ ପରେ ଏଭଳି କୌଣସି ଅଧିକାରୀ ନାହାନ୍ତି ବୋଲି ସ୍ପଷ୍ଟ ହୋଇଥିଲା। ଆଉ ତଦନ୍ତରେ ଯେତେବେଳେ ଅସଲ ପରିଚୟ ଜଣାପଡ଼ିଲା, ଶିବପୁର ଥାନାରେ ପିଡବ୍ଲୁଡି ବିଭାଗ ଏତଲା ଦେଇଥିଲା। ତାଙ୍କୁ ପୁଲିସ ଦିଲ୍ଲୀରୁ ଗିରଫ କରି ହାଓଡା ଆଣିଛି। ଏବେ ତଦନ୍ତ ହେଉଛି, ସେ କେମିତି ସଚିବାଳୟର ଆକ୍ସେସ ପାଇଲେ। ଏହା ପୂର୍ବରୁ କେତେଥର ଆସିଛନ୍ତି ଓ ସମାନ ଢଙ୍ଗରେ ଆଉ କୌଣସି ଅଧିକାରୀଙ୍କୁ ଏଭଳି ମିଛ କହି ଟାର୍ଗେଟ କରିଥିଲେ କି ନାହିଁ। ପୁଲିସ ଏହାର ତଦନ୍ତ କରୁଛି। ପଶ୍ଚିମବଙ୍ଗ ସଚିବାଳୟରେ ମନ୍ତ୍ରୀଙ୍କ ସହ ବୈଠକ କରି କୋଲକାତାରୁ ଦିଲ୍ଲୀ ଚାଲିଯାଇଥିଲେ। ପୁଲିସର ଏକ ଟିମ ପରବର୍ତ୍ତୀ ବିମାନରେ ଦିଲ୍ଲୀ ପହଞ୍ଚିଥିଲା ଓ ଆନନ୍ଦପର୍ବତ ଥାନା ଅନ୍ତର୍ଗତ ଏକ ଫ୍ଲାଟରୁ ତାଙ୍କୁ ଧରିଥିଲା। ଅଦାଲତରେ ହାଜର ପରେ ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ନେଇଛି ହାଓଡ଼ା ପୁଲିସ। ତଦନ୍ତରେ ଜଣାପଡ଼ିଛି, କୁଚବିହାରର ଏକ ବ୍ୟବସାୟୀଙ୍କ ସହ ଇଂରାଜୀ ମିଡିୟମ ସ୍କୁଲ ନିର୍ମାଣ ସମ୍ପର୍କରେ ତାଙ୍କ ସହ ସେ ଯୋଗାଯୋଗ କରିଥିଲେ। ନିଜକୁ ପିଏମଓଙ୍କ ଅଧିକାରୀ କହିଥିଲା। ବ୍ୟବସାୟୀଙ୍କୁ ବରିଷ୍ଠ ବିଜେପି ନେତାଙ୍କ ସହ ତାଙ୍କର ଫଟୋ ବି ଦେଖାଇଥିଲା।
