Meloni wished PM Modi: "ମୋ ବନ୍ଧୁଙ୍କୁ ଜନ୍ମଦିନର ଶୁଭକାମନା" : ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜର୍ଜିଆ ମେଲୋନୀଙ୍କ ଖାସ୍ ଶୁଭେଚ୍ଛା
ମେଲୋନୀ ମୋଦୀଙ୍କୁ "ମୋର ବନ୍ଧୁ" ସମ୍ବୋଧନ କରି ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ, ନିରନ୍ତର ଶକ୍ତି ଓ ସଫଳତା କାମନା କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ଏକ ଖାସ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ 'X' ମାଧ୍ୟମରେ ମେଲୋନୀ ମୋଦୀଙ୍କୁ "ମୋର ବନ୍ଧୁ" ସମ୍ବୋଧନ କରି ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ, ନିରନ୍ତର ଶକ୍ତି ଓ ସଫଳତା କାମନା କରିଛନ୍ତି। ମେଲୋନୀ ନିଜ ପୋଷ୍ଟରେ ଇଟାଲୀ ଓ ଭାରତ ମଧ୍ୟରେ ବନ୍ଧୁତା ଅଧିକ ମଜବୁତ୍ ହେଉଥିବା ଦୋହରାଇ ସେ କହିଛନ୍ତି ଯେ ଉଭୟ ଦେଶ ମିଳିମିଶି ଉଭୟ ରାଷ୍ଟ୍ର ପାଇଁ ଏକ ସମୃଦ୍ଧ ଭବିଷ୍ୟତ ନିର୍ମାଣ କରୁଛନ୍ତି । ବିଶ୍ୱସ୍ତରୀୟ କୂଟନୀତି ମଞ୍ଚରେ ପିଏମ ମୋଦି ଓ ମେଲୋନୀଙ୍କ ବଁଡିଙ୍ଗ ସବୁବେଳେ ଚର୍ଚାରେ ରହୁଥିବାବେଳେ,ମେଲୋନୀଙ୍କ ଏହି ଖାସ୍ ଶୁଭେଚ୍ଛା ସନ୍ଦେଶ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯଦିଓ ଏହି ଅବସରରେ ଇଜ୍ରାଏଲ ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଓ ରୁଷ ର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଭଳି ବ୍ୟକ୍ତି ବିଶେଷ ମାନେ ମଧ୍ୟ ପିଏମ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ,ତଥାପି ମେଲୋନୀଙ୍କର ବ୍ୟକ୍ତିଗତ ଅନ୍ଦାଜ ଆଉ "ମୋର ବନ୍ଧୁ" କହି ଶୁଭେଚ୍ଛା ଜଣାଇବା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।
