ମାଙ୍କଡ଼ ଝାମ୍ପିନେଲା ଟଙ୍କା ବ୍ୟାଗ୍।
ଏ ବ୍ୟାଗ୍ ଜଣେ ଓକିଲଙ୍କର। ଯିଏ ପ୍ରପର୍ଟି ରେଜିଷ୍ଟ୍ରେସନ ପାଇଁ ଏ ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ଆସିଥିଲେ କୋର୍ଟକୁ। ତଳେ ଟଙ୍କା ପଡ଼ିବା ଦେଖି ଲୋକେ ଗୋଟାଇବାକୁ ଲାଗିଥିଲେ।
P
By Pradeep Kumar NayakPublished: Jun 1, 2026, 04:38 PM • 1 min read

ମାଙ୍କଡ଼ ଝାମ୍ପିନେଲା ଟଙ୍କା ବ୍ୟାଗ୍। କୋର୍ଟକୁ ଯାଇଥିବା ଜଣେ ବ୍ୟକ୍ତିଙ୍କ ୨ ଲକ୍ଷ ଟଙ୍କା ନଗଦ ଭର୍ତ୍ତି ବ୍ୟାଗକୁ ଛଡ଼ାଇନେଇ ଗଛକୁ ଚଢ଼ିଗଲା। ଧର ଧର କହୁ କହୁ ଡିଆଁ ମାରିକି ନିମ୍ୱ ଗଛ ଉପରେ। ବ୍ୟାଗରେ ଖାଇବା ସାମଗ୍ରୀ ଥିବା ଭାବି ଖୋଲି ବି ଦେଲା। ଆଉ ଦେଖୁ ଦେଖୁ ପବନରେ ଟଙ୍କା ଉଡ଼ିଲା। ୟୁପି କୋର୍ଟରେ ଏଭଳି ଅଜବ ଘଟଣା ଦେଖିବାକୁ ମିଳିଛି। ୟୁପିର ବୁଲନ୍ଦସରରେ ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇଛି। ଏ ବ୍ୟାଗ୍ ଜଣେ ଓକିଲଙ୍କର। ଯିଏ ପ୍ରପର୍ଟି ରେଜିଷ୍ଟ୍ରେସନ ପାଇଁ ଏ ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ଆସିଥିଲେ କୋର୍ଟକୁ। ତଳେ ଟଙ୍କା ପଡ଼ିବା ଦେଖି ଲୋକେ ଗୋଟାଇବାକୁ ଲାଗିଥିଲେ। ଆଉ ଶେଷରେ ଓକିଲଙ୍କୁ ଧରାଇଦେଲେ।
P
Pradeep Kumar NayakSR JOURNALIST
Comments0
Leave a Reply
Loading comments...
