ଦେଢ଼ ବର୍ଷର ଶିଶୁ ଶବରେ ୫୧ କ୍ଷତ
ଦେଢ଼ ବର୍ଷର ଶିଶୁକୁ ନିର୍ଯାତନା ପରେ ହତ୍ୟା ଘଟଣାରେ ମାଆ ଓ ତାହାର ପ୍ରେମିକକୁ ପୁଲିସ ଗିରଫ କରିଛି।

ଦେଢ଼ ବର୍ଷର ଶିଶୁକୁ ନିର୍ମମ ହତ୍ୟା- ମାଆ ଓ ପାର୍ଟନର ସାଜିଲେ ହତ୍ୟାକାରୀ
ଦେଢ଼ ବର୍ଷର ଶିଶୁକୁ ଅକଥନୀୟ ନିର୍ଯ୍ୟାତନା ଦେଇ ମାରିଦେଲା ସାବତ ବାପା। ଆଉ ଜନ୍ମ କଲା ମାଆ ସବୁ ଦେଖୁଥିଲା। କେରଳର ଏଭଳି ହୃଦୟବିଦାରକ ଘଟଣା ସଭ୍ୟ ସମାଜକୁ ଦୋହଲାଇଦେଇଛି। ଦେଢ଼ ବର୍ଷର ଶିଶୁକୁ ନିର୍ଯାତନା ପରେ ହତ୍ୟା ଘଟଣାରେ ମାଆ ଓ ତାହାର ପ୍ରେମିକକୁ ପୁଲିସ ଗିରଫ କରିଛି।କେରଳର ଥିରୁବନନ୍ତପୁରମ ଜିଲ୍ଲାର ନେଡୁମଙ୍ଗାଡ଼ ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଶିଶୁଟି ଶରୀରରେ ୫୧ କ୍ଷତ ଚିହ୍ନ ମିଳିଛି। ତା ଶରୀରରେ ସିଗାରେଟ ଚେଙ୍କ ଦିଆଯାଇଛି। ପୋଷ୍ଟମର୍ଟମ ରିପୋର୍ଟରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ଓ ଗୁରୁତର ଆଘାତର ପ୍ରମାଣ ମିଳିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଶିଶୁଟି ଦୀର୍ଘଦିନ ଧରି ନିର୍ଯାତନାର ଶିକାର ହେଉଥିଲା। ମେଡିକାଲ ଓ ଫରେନସିକ ପ୍ରମାଣ ଆଧାରରେ ପୁଲିସ ମା' ଏବଂ ତା ସହ ଲିଭ୍-ଇନରେ ରହୁଥିବା ଯୁବକକୁ ଗିରଫ କରିଛି। ଏହି ଘଟଣା ସମଗ୍ର କେରଳରେ ତୀବ୍ର ଚର୍ଚ୍ଚା ଓ କ୍ଷୋଭର ସୃଷ୍ଟି କରିଛି। ସ୍ଥାନୀୟ ଲୋକ ଏବଂ ଶିଶୁ ଅଧିକାର କର୍ମୀମାନେ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡ ଦାବି କରିଛନ୍ତି। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଏଭଳି ଅମାନୁଷିକ ନିର୍ଯ୍ୟାତନା ଦେଇ ମାରିଥିବା ବ୍ୟକ୍ତି ହେଲା ୩୧ ବର୍ଷୀୟ ଅସ୍କର। ଶିଶୁଟିର ନାଁ ଅର୍ସିଦ୍। ବାପା ଦେଢ଼ ବର୍ଷ ତଳେ ଆତ୍ମହତ୍ୟା କରିଦେଇଥିଲେ। ତା ମାଆ ଅଖିଲା ଅସ୍କର ସହ ଲିଭ୍-ଇନ-ରିଲେସନସିପରେ ରହୁଥିଲା। ମେ ୨୯ରେ ଅର୍ସିଦକୁ ଅଚେତ ଅବସ୍ଥାରେ ପାନାଭୁର ହସ୍ପିଟାଲ ନେଇଥିଲା ଅସ୍କର। ଆଉ ଡାକ୍ତରଙ୍କୁ କହିଥିଲା, ଖାଇବା ବେଳେ ତଣ୍ଟି ଚୋକ୍ କରିଯାଇଛି। ହେଲେ ଶିଶୁଟିର ଅବସ୍ଥା ଦେଖି ଡାକ୍ତର ତାଜୁବ୍ ହୋଇଯାଇଥିଲେ। କାରଣ ସେତେବେଳକୁ ଶିଶୁଟିର ମୃତ୍ୟୁ ହୋଇସାରିଥିଲା। ଅର୍ସିଦର ଶରୀର ଯାକ କ୍ଷତ ଚିହ୍ନ ଥିଲା। ସିଗାରେଟ ଚେଙ୍କ ବି ଥିଲା। ପିଲାଟିର ମୃତ୍ୟୁ ପରେ ବ୍ୟବଛେଦ ରିପୋର୍ଟରେ ସାଂଘାତିକ ତଥ୍ୟ ବାହାରିଲା। ପୁଅକୁ ଏଭଳି ନିର୍ମମ ନିର୍ଯାତନା ଅସ୍କର ଦେଉଥିବା ଜାଣି ସତ୍ତ୍ୱେ ଚୁପ୍ ରହୁଥିଲା ମାଆ ଅଖିଲା। କେବେ ବି ରୋକୁନଥିଲା। ଅଖିଲାଙ୍କ ପ୍ରଥମ ସ୍ୱାମୀଙ୍କ ପରିବାର ପିଲାଟିର କଷ୍ଚଡି ନେବାକୁ ଚାହୁଁଥିଲେ ସୁଦ୍ଧା ଅଖିଲା ଦେବାକୁ ମନା କରିଦେଇଥିଲା। ଅସ୍କର ବି ଅମିନା ନାମକ ଯୁବତୀକୁ ବିବାହ କରିଥିଲା। ହେଲେ ଯୌତୁକ ଲାଗି ନିର୍ଯାତନା ଦେଉଥିଲା। ଏମିତି ନିର୍ଯାତନା ଦେଇଥିଲା ଯେ, ଅମିନା ପ୍ରାୟ ବର୍ଷେ ହେଲା କୋମାକୁ ଚାଲିଯାଇଥିଲେ। ଏଭଳି ନରପିଶାଚ କାହିଁକି ଶିଶୁଟିକୁ ଏଭଳି ମାରିଲା, ପଚାରିବାରୁ ଅସ୍କର କହିଛି, ଏ କଥା ଅଖିଲାକୁ ପଚାର ବୋଲି କହିଛି। ଆଉ କହିଛି, ଅଖିଲା ତା ସହ ବିବାହ କରିବାକୁ ମନା କରିବାରୁ ସେ ଏଭଳି କାଣ୍ଡ ଭିଆଇଲା। ଦୁଇ ସପ୍ତାହ ତଳେ ଅର୍ସିଦର ଗୋଡ଼କୁ ପ୍ଲାଷ୍ଟର କରାଯାଇଥିଲା। କେମିତି ହେଲା ବୋଲି ଲୋକେ ପଚାରିବାରୁ ଅଖିଲା ଅସଲ କଥା ଲୁଚାଇଥିଲା। ଆଉ ବିଡ଼ମ୍ୱନା କି ହସି ହସି କହିଥିଲା, ଖେଳୁ ଖେଳୁ ପଡ଼ିଯାଇଥିଲା।
