ଅଫଲାଇନରେ ହିଁ ହେବ ନିଟ୍ ରି-ଟେଷ୍ଟ
ସୁପ୍ରିମକୋର୍ଟ ପରୀକ୍ଷା ପୂର୍ବରୁ ହଠାତ୍ ମୋଡ୍ ପରିବର୍ତ୍ତନ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି।

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ପେନ୍-ଆଣ୍ଡ-ପେପର୍ ମୋଡ୍ରେ ହେବ NEET-UG ପୁନଃ ପରୀକ୍ଷା
NEET-UG 2026 ପୁନଃ ପରୀକ୍ଷାକୁ କମ୍ପ୍ୟୁଟର-ଭିତ୍ତିକ (CBT) ମୋଡ୍ରେ କରିବା ପାଇଁ ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ତତ୍କାଳ ମଞ୍ଜୁର କରିନାହାନ୍ତି। ଫଳରେ ଜୁନ୍ 21 ରେ ହେବାକୁ ଥିବା NEET-UG 2026 ପୁନଃ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ପେନ୍-ଆଣ୍ଡ-ପେପର୍ (ଅଫଲାଇନ୍) ମୋଡ୍ରେ ହିଁ ଆୟୋଜିତ ହେବ।
ପେପର୍ ଲିକ୍ ବିବାଦ ପରେ କିଛି ଆବେଦନକାରୀ ଓ ଡାକ୍ତର ସଂଗଠନମାନେ ଦାବି କରିଥିଲେ ଯେ, ପୁନଃ ପରୀକ୍ଷାକୁ CBT ମୋଡ୍ରେ କରାଯାଉ। କିନ୍ତୁ ସୁପ୍ରିମକୋର୍ଟ ପରୀକ୍ଷା ପୂର୍ବରୁ ହଠାତ୍ ମୋଡ୍ ପରିବର୍ତ୍ତନ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି।
ଏପଟେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ସୁପ୍ରିମକୋର୍ଟଙ୍କୁ ଜଣାଇଛି ଯେ, NEET-UG କୁ ୨୦୨୭ରୁ କମ୍ପ୍ୟୁଟର-ଭିତ୍ତିକ ପରୀକ୍ଷା (CBT) ମୋଡ୍ରେ ନେବା ପାଇଁ ପ୍ରସ୍ତୁତି ଚାଲିଛି।
ପେପର୍ ଲିକ୍ ଘଟଣା ପରେ NTA ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରିଥିବା ଓ ପୁନଃ ପରୀକ୍ଷାରେ ସ୍ୱଚ୍ଛତା ନିଶ୍ଚିତ କରିବାକୁ ନୂଆ ପଦକ୍ଷେପ ନିଆଯାଇଥିବା କଥା ମଧ୍ୟ କୋର୍ଟରେ ଜଣାଇଛି।
