NEPAL DEVASTATION:ନେପାଳ ପ୍ରଳୟ- ଭିତ୍ତିଭୂମି ପାଇଁ ଲାଗିବ ୪୫ହଜାର କୋଟି!
ପ୍ରାୟ ୬୫ ପ୍ରତିଶତ ରିକଭରି ଖର୍ଚ୍ଚ ଅର୍ଥାତ୍ ୨୯ହଜାର କୋଟି ଟଙ୍କାର ରାସ୍ତା, ପୋଲ, ବିଜୁଳି ଓ ଅନ୍ୟାନ୍ୟ ସୁବିଧା ଉପରେ ଖର୍ଚ୍ଚ ହେବ। ବନ୍ୟାରେ ୭,୫୭୦ ଘର, ୪୮ ସରକାରୀ କୋଠା, ୧୮ ସ୍କୁଲ ଓ ୭ଟି ସ୍ୱାସ୍ଥ୍ୟକେନ୍ଦ୍ର କ୍ଷତିଗ୍ରସ୍ତ ହୋଇଛି।

କେମିତି ଅଛି ନେପାଳ। ପ୍ରଳୟଙ୍କକାରୀ ବନ୍ୟାରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ଏରିଆରେ ଏବେ ବି ଚାଲିଛି ରେସକ୍ୟୁ ଅପରେସନ। ୫ହଜାରରୁ ଅଧିକ ଲୋକଙ୍କ ପତ୍ତା ମିଳୁନି। ବନ୍ୟା ଓ ଭୂସ୍ଖଳନରେ ୧୬ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୧୪ଶହ ପାର୍ କଲାଣି। ଭିତ୍ତିଭୂମି ପୁରା ଛାରଖାର। ଅଗଷ୍ଟ ୨୬ରେ ସେ ପ୍ରଳୟଙ୍କାରୀ ବନ୍ୟାରେ ଘର, ରାସ୍ତା, ପୋଲ ଓ ଅନ୍ୟାନ୍ୟ ଭିତ୍ତିଭୂମିକୁ ସଜାଡ଼ି ପୁଣି ଥରେ ସଳଖିହେବାକୁ ପ୍ରାୟ ୪୫ହଜାର କୋଟି ଟଙ୍କା ଦରକାର। ଯାହା ନେପାଳ ଜିଡିପିର ପ୍ରାୟ ୧୧ ପ୍ରତିଶତ। ପ୍ରାୟ ୬୫ ପ୍ରତିଶତ ରିକଭରି ଖର୍ଚ୍ଚ ଅର୍ଥାତ୍ ୨୯ହଜାର କୋଟି ଟଙ୍କାର ରାସ୍ତା, ପୋଲ, ବିଜୁଳି ଓ ଅନ୍ୟାନ୍ୟ ସୁବିଧା ଉପରେ ଖର୍ଚ୍ଚ ହେବ। ବନ୍ୟାରେ ୭,୫୭୦ ଘର, ୪୮ ସରକାରୀ କୋଠା, ୧୮ ସ୍କୁଲ ଓ ୭ଟି ସ୍ୱାସ୍ଥ୍ୟକେନ୍ଦ୍ର କ୍ଷତିଗ୍ରସ୍ତ ହୋଇଛି। ଉପର ତ୍ରିଶୂଳୀ-୧ ହାଇଡ୍ରୋପାଓ୍ୱାର ପ୍ରୋଜେକ୍ଟରେ ୫୪୫ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବାକୁ ତାଲିମପ୍ରାପ୍ତ କୁକୁରକୁ ଲଗାଯାଇଛି। ସୁଡ଼ଙ୍ଗ, ହେଡଓ୍ୱାକରସ ଓ ଅବଶେଷ ଭିତରେ ତଲାସି ଅଭିଯାନ ଜାରି ରଖିଛି ଟିମ୍। ବନ୍ୟା ସମୟରେ ପ୍ରୋଜେକ୍ଟରେ ୧୪୩୩ ଜଣ କାମ କରୁଥିଲେ। ଏଥିରେ ୮୭୮ଙ୍କୁ ରକ୍ଷା କରାଯାଇଥିଲା ବେଳେ ଯେବେକି ୫୪୫ ନିଖୋଜ ଅଛନ୍ତି। ଏଥିରେ ୯ ଦକ୍ଷିଣ କୋରିଆ, ୩୪ ଚୀନି ଓ ୫୦ ଭାରତୀୟ ନାଗରିକ ଅଛନ୍ତି। ନେପାଳ ବନ୍ୟା ପୀଡ଼ିତଙ୍କୁ ଭାରତ ନିରନ୍ତର ସାହାଯ୍ୟ ଓ ସହଯୋଗର ହାତ ବଢାଇଚାଲିଛି। ସେପଟେ ଆମେରିକା ବି ନେପାଳ ପାଇଁ ୫୦ଲକ୍ଷ ଡଲାରରୁ ଅଧିକ ଆର୍ଥିକ ଓ ମାନବୀୟ ସହାୟତାକୁ ମଞ୍ଜୁର କରିଛି। ଏଥିରେ ଭୋଜନ, ଆଶ୍ରୟ, ସ୍ୱାସ୍ଥ୍ୟସେବା ଓ ସୁରକ୍ଷା ସାମଗ୍ରୀ ସାମିଲ ଅଛି।
