Uttar Pradesh ; ଲାଞ୍ଚ ନେବା ବେଳେ ଅଭିନବଙ୍କୁ ଧରିଲା ଦୁର୍ନୀତି ନିରୋଧୀ ଟିମ୍
ମୀରଟ ଆଣ୍ଟି କରପ୍ସନ୍ ୟୁନିଟ ଗତକାଲି ,ମଙ୍ଗଳବାରକୁ ଆବାସ ଏବଂ ବିକାଶ ପରିଷଦର ଶାସ୍ତ୍ରୀନଗରର କାର୍ଯ୍ୟାଳୟରେ ଆଉଟସୋର୍ସ କର୍ମଚାରୀ ଅଭିନବ ଶର୍ମା ୬ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କରାଗଲା |

ଲାଞ୍ଚ ନେଲାବେଳେ ଧରିଲା ଆଣ୍ଟି କରପ୍ସନ୍ ୟୁନିଟ | ଉତ୍ତରପ୍ରଦେଶର ମୀରଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଥିବା ଫାଇଲକୁ ଆଗକୁ ବଢାଇବା ନାମରେ ଲାଞ୍ଚ ନେବାର ମାମଲା ସାମ୍ନାକୁ ଆସିଛି | ମୀରଟ ଆଣ୍ଟି କରପ୍ସନ୍ ୟୁନିଟ ଗତକାଲି ଆବାସ ଏବଂ ବିକାଶ ପରିଷଦର ଶାସ୍ତ୍ରୀନଗରର କାର୍ଯ୍ୟାଳୟରେ ଆଉଟସୋର୍ସ କର୍ମଚାରୀ ଅଭିନବ ଶର୍ମା ୬ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କରିଛି। ସୂଚନା ଅନୁସାରେ , କିନାନଗରର ବାସିନ୍ଦା ରଞ୍ଜନାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯାଇଥିଲା | ଘରର ରେଜେଷ୍ଟ୍ରୀ ଓ ଦଖଲ ସହ ଜଡିତ ଫାଇଲ ଆଗକୁ ବଢାଇବା ପାଇଁ ୬ହଜାର ଟଙ୍କା ମାଗିଥିଲେ | ରଞ୍ଜନା ଏହାର ଅଭିଯୋଗ ମୀରଟର ଆଣ୍ଟି କରପ୍ସନ୍ ୟୁନିଟରେ କରିଥିଲେ | ଅଭିଯୋଗ ମିଳିବା ପରେ ଟିମ ଏହାର ସତ୍ୟାପନକରି ଟ୍ରାପର ଯୋଜନା ପ୍ରସ୍ତୁତ କରିଥିଲେ | ଟିମ ରଞ୍ଜନାକୁ କେମିକାଲ ଲାଗିଥିବା ଟଙ୍କା ଦେଇଥିଲେ | ଗତକାଲି ମଧ୍ୟାହ୍ନ ସମୟରେ ରଞ୍ଜନା ଅଭିଯୁକ୍ତ କର୍ମଚାରୀଙ୍କୁ ୬ହଜାର ଟଙ୍କା ଦେଇଥିଲେ , ସେହି ସମୟରେ ଆଣ୍ଟି କରପ୍ସନ୍ ଟିମ କାର୍ଯ୍ୟାନୁଷ୍ଠାନ କରି ଅଭିନବ ଶର୍ମା କୁ ଗିରଫ କରିଥିଲେ | ଅଭିଯୁକ୍ତଙ୍କ ବିରୋଧରେ ନୋଚଂଦୀ ଥାନାରେ ମାମଲା ରୁଜୁ କରିଛି | ମାମଲାରେ ଅନ୍ୟ ଦୁଇ କର୍ମଚାରୀଙ୍କ ଭୂମିକାକୁ ପୋଲିସ ତଦନ୍ତ କରୁଛି | ରିପୋର୍ଟ ଅନୁସାରେ ରଞ୍ଜନାଙ୍କ ଫାଇଲ ପ୍ରଥମେ ଅରୁଣ ନାମକ କର୍ମଚାରୀଙ୍କ ପାଖରେ ଥିଲା , ପରେ ଅଭିନବଙ୍କ ପାଖରେ ପହଁଚିଲା | ତଦନ୍ତରେ ଯଦି ଅନ୍ୟ କର୍ମଚାରୀଙ୍କ ଭୂମିକା ଜଣାପଡେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ | ଏପର୍ଯ୍ୟନ୍ତ କୋର୍ଟ ପକ୍ଷରୁ ଦଣ୍ଡ ନିର୍ଦ୍ଧାରଣ ହୋଇନାହିଁ | ଅଭିଯୁକ୍ତଙ୍କ ଉପରେ ଭଷ୍ଟାଚାର ନିବାରଣ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ | ଯଦି କୋର୍ଟରେ ଲାଞ୍ଚ ମାଗିବା ଓ ନେବାର ଅଭିଯୋଗ ପ୍ରମାଣିତ ହୁଏ , ତେବେ ଆଇନ ଅନୁଯାୟୀ ଜେଲ ବା ଜୋରିମାନା ଦଣ୍ଡ ହୋଇପାରେ |
