Centurion University Food Protest : ହଷ୍ଟେଲ ଖାଦ୍ୟକୁ ନେଇ ଲାଠିଚାର୍ଜ
ଜଟଣୀ ହଷ୍ଟେଲରେ ପରିବେଶିତ ଖାଦ୍ୟର ମାନକୁ ନେଇ ଛାତ୍ରଛାତ୍ରୀଙ୍କ ଅଭିଯୋଗ ପରେ, ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି | ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ଛତ୍ରଭଙ୍ଗ ଦେବା ପାଇଁ ଲାଠି ଚାର୍ଜ କରିଥିବା ଜଣାପଡ଼ିଛି ।

ଜଟଣୀରେ ତେଜିଲା ଛାତ୍ର ଆନ୍ଦୋଳନ | ଜଟଣୀ ହଷ୍ଟେଲରେ ପରିବେଶିତ ଖାଦ୍ୟର ମାନକୁ ନେଇ ଛାତ୍ରଛାତ୍ରୀଙ୍କ ଅଭିଯୋଗ ପରେ, ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି | ହଷ୍ଟେଲ ଖାଦ୍ୟରେ ପୋକ ମିଳିଥିବା ଅଭିଯୋଗ କରି ଛାତ୍ରମାନେ ପ୍ରତିବାଦ କରିଥିଲେ | ଛାତ୍ରମାନଙ୍କ ଅଭିଯୋଗ ଅନୁଯାୟୀ, ହଷ୍ଟେଲରେ ଦିଆଯାଉଥିବା ଖାଦ୍ୟର ନିମ୍ନମାନକୁ ନେଇ ସେମାନେ ପୂର୍ବରୁ ଅନେକଥର କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ | ଏପରିକି ଖାଦ୍ୟରେ ଝିଟିପିଟି ଓ ଅସରପା ମିଳିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା | ତଥାପି ସମସ୍ୟାର ସମାଧାନ ହୋଇନଥିବା ଛାତ୍ରମାନେ କହିଛନ୍ତି | ପୁଣିଥରେ ଖାଦ୍ୟରେ ପୋକ ମିଳିବା ପରେ ଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଥିଲା । ପ୍ରତିବାଦ ସମୟରେ ଛାତ୍ରମାନେ ଖାଦ୍ୟର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ | ଏହା ମାଧ୍ୟମରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେମାନେ ଚେଷ୍ଟା କରିଥିଲେ | କିଛି ଘଣ୍ଟା ଧରି ଚାଲିଥିବା ପ୍ରଦର୍ଶନ ସମୟରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଥିଲା | କିଛି ଛାତ୍ର କ୍ୟାମ୍ପସରେ ଥିବା ଗାଡ଼ିରେ ନିଆଁ ଲଗାଇଥିବା ନେଇ ମଧ୍ୟ ସୂଚନା ମିଳିଛି। ଖବର ପାଇ ଜଟଣୀ ପୁଲିସ ବିଶ୍ୱବିଦ୍ୟାଳୟ ପରିସରରେ ପହଞ୍ଚି ଉତ୍ତେଜିତ ଛାତ୍ରମାନଙ୍କୁ ବୁଝାସୁଝା କରିଥିଲା | ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିବା ବେଳେ ଅଧିକ ଉତ୍ତେଜନା ରୋକିବା ପାଇଁ କ୍ୟାମ୍ପସରେ ପୋଲିସ ଡକାଯାଇଥିଲା | ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, କର୍ତ୍ତୃପକ୍ଷ ସେମାନଙ୍କ ଦାବି ଶୁଣିବା ପରିବର୍ତ୍ତେ ପୋଲିସ ଡକାଇ ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ ଏବଂ କିଛି ମେଧାବୀ ଛାତ୍ରୀଙ୍କୁ ହଷ୍ଟେଲରୁ ବାହାରକୁ ଯିବାକୁ ରୋକାଯାଇଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଛି | ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ଛତ୍ରଭଙ୍ଗ ଦେବା ପାଇଁ ଲାଠି ଚାର୍ଜ କରିଥିବା ଜଣାପଡ଼ିଛି ।
