Trump's 100% Tariff Threat:ଆମେରିକାର ୧୦୦% ଟ୍ୟାରିଫ୍ ଧମକ : ଭାରତର 'ନୋ କମ୍ପ୍ରୋମାଇଜ୍' ରିଆକ୍ସନ
ନିଜର ଅର୍ଥନୈତିକ ଏବଂ ବାଣିଜ୍ୟିକ ସ୍ୱାର୍ଥର ସୁରକ୍ଷା ପାଇଁ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ଗ୍ରହଣ କରିବ ଭାରତ | ୧୪୦ କୋଟି ଜନସାଧାରଣଙ୍କ ଶକ୍ତି ସୁରକ୍ଷା (Energy Security) ନିଶ୍ଚିତ କରିବା ଭାରତର ପ୍ରାଥମିକତା |ଆମେରିକା ଏହି ଆଇନକୁ ଭାରତ ବିପକ୍ଷ ରେ ଏକ ବ୍ୟବସାୟିକ ଅସ୍ତ୍ର ରୂପେ ବ୍ୟବହାର କରିବାର ଆଶଙ୍କା
ୱାଶିଂଟନ୍/ନୂଆଦିଲ୍ଲୀ:ରୁଷ ଠାରୁ ଅଶୋଧିତ ତୈଳ କିଣିବାକୁ ନେଇ ଆମେରିକା ବଡ ପଦକ୍ଷେପ ନେଇଛି | ବୁଧବାର ଦିନ ଆମେରିକା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ 'ଲିଣ୍ଡସେ ଓ. ଗ୍ରାହାମ୍ ସାଙ୍କସନିଂ ରୁଷ ଆଣ୍ଡ ଇରାନ୍ ଆକ୍ଟ ୨୦୨୬' କୁ ୨୬୨-୧୫୯ ର ଭାରି ମତରେ ମଞ୍ଜୁରୀ ଦିଆଯାଇଛି । ଅଗଷ୍ଟ ରେ ସିନେଟରୁ (86-11) ଅନୁମୋଦିତ ଏହି ବିଲ୍ ଏବେ ଅନ୍ତିମ ହସ୍ତାକ୍ଷର ନିମନ୍ତେ ଡୋନାଲ୍ଡ ଟ୍ରମ୍ପଙ୍କ ନିକଟକୁ ସ୍ୱାକ୍ଷର ପାଇଁ ପଠାଯାଇଛି | ଏହି ଆଇନ ବଳରେ ରୁଷୀୟ ଶକ୍ତି ଆମଦାନୀ କରୁଥିବା ଭାରତ ଓ ଚୀନ୍ ଭଳି ଦେଶଗୁଡ଼ିକ ଉପରେ ଆମେରିକା ୧୦୦% ପର୍ଯ୍ୟନ୍ତ ଟ୍ୟାରିଫ୍ ଲଗାଇବାକୁ ଅଧିକାର ପାଇବ। ଯଦିଓ ୟୁରୋପୀୟ ଦେଶ ଗୁଡିକ ପାଇଁ ଉର୍ଜା ନିର୍ଭରତା କମାଇବା ପ୍ରୟାସ ଆଧାରରେ ରିହାତି ଦିଆଯାଇଥିବାବେଳେ, ଭାରତ ପାଇଁ କୌଣସି ରିହାତି ରଖାଯାଇନାହିଁ |
ଭାରତର କଡ଼ା ଜବାବ:
ଆମେରିକାର ଏହି କଡ଼ା ପଦକ୍ଷେପ ଉପରେ ଭାରତ ତୀବ୍ର ପ୍ରତିକ୍ରିୟା ଦେଇଛି | ବିଦେଶ ମନ୍ତ୍ରାଳୟ ସ୍ପଷ୍ଟ କରିଛନ୍ତି ଯେ ୧୪୦ କୋଟି ଜନସାଧାରଣଙ୍କ ଶକ୍ତି ସୁରକ୍ଷା (Energy Security) ନିଶ୍ଚିତ କରିବା ଭାରତର ପ୍ରାଥମିକତା। କେନ୍ଦ୍ର ସରକାର କହିଛନ୍ତି ଯେ ଉର୍ଜା ସ୍ରୋତର ଚୟନ ଦେଶର ଆର୍ଥିକ ହିତ ଓ ବଜାରର ସ୍ଥିତି ଉପରେ ଆଧାରିତ ହେବ | ଭାରତ ଆମେରିକା ସହିତ ନିଜର ଉଚ୍ଚସ୍ତରୀୟ କଥାବାର୍ତ୍ତାରେ ସ୍ପଷ୍ଟକରିଛି ଯେ ନିଜର ଅର୍ଥନୈତିକ ଏବଂ ବାଣିଜ୍ୟିକ ସ୍ୱାର୍ଥର ସୁରକ୍ଷା ପାଇଁ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ଗ୍ରହଣ କରିବ। ଥୀଙ୍କ ଟ୍ୟାଙ୍କ ଜିଟିଆରଆଇ (GTRI ) ଅନୁଯାୟୀ , ଭାରତ ନିଜର 88% ତୈଳ ଆମଦାନୀ କରୁଛି, ଯେଉଁଥିରେ ଜୁଲାଇରେ ତୈଳର 51.1% ଭାଗ ରୁଷର ରହିଥିଲା | ଜିଟିଆରଆଇ ର ତଥ୍ୟ ଅନୁସାରେ, ଆମେରିକା ଏହି ଆଇନକୁ ଭାରତ ବିପକ୍ଷ ରେ ଏକ ବ୍ୟବସାୟିକ ଅସ୍ତ୍ର ରୂପେ ବ୍ୟବହାର କରିବାର ଆଶଙ୍କା ରହୁଛି ,ତେବେ ଶୁକ୍ଳ ଦର ଓ ସମୟ ସୀମା ଘୋଷିତ ହେବାପରେ ବାସ୍ତବିକ ପ୍ରଭାବର ଆକଳନ କରାଯାଇପାରିବ |
