UP woman english video:ଇନ୍ଷ୍ଟାଗ୍ରାମ୍ ରିଲ କରିବା ସ୍ୱାମୀଙ୍କୁ ପସନ୍ଦ ନୁହଁ,ହେଲେ ସାଉଟ୍ ଆଉଟ୍ ଦେଲେ ପ୍ରିୟଙ୍କା
ଗାଁ ଖେତରେ କାମ କରିବା ସହ ଇନ୍ଷ୍ଟାଗ୍ରାମ ରିଲରେ ଇଂରାଜୀ ଶିଖାଇବାକୁ ପସନ୍ଦ କରନ୍ତି ଯଶୋଦା | ସବୁଦିନ ଭଳି ଦିନଟି ସାଧାରଣ ଭାବେ ଆରମ୍ଭ ହେଇଥିଲା ଉତ୍ତରପ୍ରଦେଶର ଯଶୋଦା ଲୋଧିଙ୍କ ପାଇଁ । ଖେତରେ କାମ କରୁଥିବା ବେଳେ ମନକୁ ଆସିଲା,ଏକ ଇଂରାଜୀ ଭିଡିଓ କରିବେ। ମୋବାଇଲ୍ ବାହାର କରି ଭିଡିଓ ରେକର୍ଡ କରୁଥିବା ବେଳେ ସ୍ୱାମୀଙ୍କଠାରୁ ତାଙ୍କୁ ଶୁଣିବାକୁ ପଡ଼ିଲା। କିନ୍ତୁ ଯଶୋଦା ସେକଥାକୁ ଖାତିର ନକରି ଭିଡିଓ ପୂରା କରି ସୋସିଆଲ ମିଡିଆରେ ପୋଷ୍ଟ କରିଦେଲେ। କିନ୍ତୁ ତା’ପରେ ଯାହା ଘଟିଲା, ତାହା ତାଙ୍କ ପାଇଁ ଏକ ସ୍ମରଣୀୟ ଦିନ ହୋଇଗଲା।
ଉତ୍ତରପ୍ରଦେଶ: ଛୋଟ ଚେଷ୍ଟା କେବେ ବ୍ୟର୍ଥ ଯାଏ ନାହିଁ, ପ୍ରମାଣ କରୁଛି ଉତ୍ତରପ୍ରଦେଶର ଯଶୋଦାଙ୍କ କାହାଣୀ | ଏକ ଗାଁରୁ ଇଂରାଜୀ ଶିଖାଉଥିବା ଯଶୋଦା ଲୋଧିଙ୍କ ପାଇଁ ଦିନଟି ଅନ୍ୟ ଦିନ ଭଳି ହିଁ ଆରମ୍ଭ ହୋଇଥିଲା। ଖେତରେ କାମ କରୁଥିବା ବେଳେ ନିଜ ଇନ୍ଷ୍ଟାଗ୍ରାମ୍ ଚ୍ୟାନେଲ ପାଇଁ ମୋବାଇଲ୍ ବାହାର କରି ଭିଡିଓ ରେକର୍ଡ ଆରମ୍ଭ କଲେ | ସେତେବେଳେ ସ୍ୱାମୀଙ୍କଠାରୁ ତାଙ୍କୁ ଗାଳି ଶୁଣିବାକୁ ପଡିଥିଲା | କିନ୍ତୁ ଯଶୋଦା ନଶୁଣି ଭିଡିଓ ପୂରା କରି ସୋସିଆଲ ମିଡିଆରେ ପୋଷ୍ଟ କରିଦେଲେ। ତା’ପରେ ଆସିଲା ଏମିତି ଏକ ମୁହୂର୍ତ୍ତ, ଯାହା ଯଶୋଦା ହୁଏତ କେବେ ଭାବିନଥିଲେ। ପ୍ରିୟଙ୍କା ଚୋପ୍ରା ଜୋନାସ ତାଙ୍କ ଭିଡିଓକୁ ନିଜ ଇନ୍ଷ୍ଟାଗ୍ରାମ୍ ଷ୍ଟୋରୀରେ ଶେୟାର କରିଦେଲେ। ଖବରଟି ଜାଣିବା ପରେ ଖୁସିର ସୀମା ରହିଲା ନାହିଁ ଯଶୋଦାଙ୍କର। ସେ କହିଛନ୍ତି, ପ୍ରିୟଙ୍କା ତାଙ୍କ ଭିଡିଓ ଶେୟାର କରିବେ ବୋଲି ସେ କେବେ ଭାବିନଥିଲେ। ତାଙ୍କ ପାଇଁ ଏହା ଦିନଟିକୁ ଖାସ୍ କରିଦେଇଛି। ତେବେ,ଯଶୋଦାଙ୍କ ପରିଚୟ ହେଉଛି ‘ଇଂଲିଶ୍ ୱିଥ୍ ଦେହାତି ମ୍ୟାଡମ୍’। କୌଶାମ୍ବି ଜିଲ୍ଲାର ଲୋଧନ କା ପୁରୱା ଗାଁରୁ ଆସିଥିବା ଯଶୋଦା ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲାବେଳେ କୌଣସି ବଡ଼ ଇଂରାଜୀ ସଂସ୍ଥାନରେ ତାଲିମ ମଧ୍ୟ ନେଇନାହାନ୍ତି। ନିଜେ ଅନ୍ୟମାନଙ୍କ ଭିଡିଓ ଶୁଣି, ଶବ୍ଦ ଓ ବାକ୍ୟ ଅନୁକରଣ କରି ଇଂରାଜୀ ଶିଖିଥିଲେ। ପ୍ରାୟ ୧୫ ଦିନ ଏଭଳି ଅଭ୍ୟାସ କରିବା ପରେ ୨୦୨୩ ଡିସେମ୍ବର ୨୬ରେ ନିଜ ୟୁଟ୍ୟୁବ୍ ଚ୍ୟାନେଲ ଆରମ୍ଭ କରିଥିଲେ। ତାଙ୍କ ବିଶେଷତା ହେଉଛି, ସେ କଠିନ ଗ୍ରାମାର ନୁହେଁ, ଦୈନନ୍ଦିନ ଜୀବନର ସହଜ ଇଂରାଜୀ ଶିଖାନ୍ତି। ଆଜି ତାଙ୍କ ଭିଡିଓ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକ ଯୋଡ଼ିଛନ୍ତି। ପ୍ରିୟଙ୍କାଙ୍କ ଶେୟାର ସହ ସେହି ଦିନ ତାଙ୍କ ଇନ୍ଷ୍ଟାଗ୍ରାମ୍ ଫଲୋଅର୍ସ ମଧ୍ୟ ୪ ଲକ୍ଷ ଟପିଥିଲେ। ମୃଣାଳ ଠାକୁର, ଅଭୟ ଦେଓଲ ଓ ଆର୍. ମାଧବନ ମଧ୍ୟ ତାଙ୍କ କାମକୁ ପ୍ରଶଂସା କରିବା ସହ ନିଜ ନିଜ ଇନ୍ଷ୍ଟାଗ୍ରାମ୍ ଚ୍ୟାନେଲ୍ ରେ ଶେୟାର କରିଛନ୍ତି । ଛୋଟ ଚେଷ୍ଟା କେବେ ବ୍ୟର୍ଥ ଯାଏ ନାହିଁ। କେବେ କେବେ ଆମେ ଯାହାକୁ ଛୋଟ ଭାବୁଥାଉ, ସେହି ଚେଷ୍ଟା ଆମକୁ ଏମିତି ଜଣଙ୍କ ନଜରରେ ପହଞ୍ଚାଇଦିଏ, ଯାହାଙ୍କୁ ଆମେ ଦୂରରୁ ପ୍ରଶଂସା କରୁଥାଉ।
