Womens Hockey:ସ୍ୱର୍ଣ୍ଣ ବିଜୟରେ ଖୁସିର ଲହର: ମହିଳା ହକି ଟିମ୍କୁ ମୁଖ୍ୟମନ୍ତ୍ରୀଙ୍କ ୧୧ ଲକ୍ଷ ଟଙ୍କାର ପୁରସ୍କାର
ଭାରତୀୟ ମହିଳା ହକି ଟିମ୍ ଗତକାଲି ଏସିଆନ୍ ଗେମ୍ସ ୨୦୨୬ରେ ହକି ଫାଇନାଲରେ ଚୀନ କୁ ହରାଇ ୪୪ବର୍ଷ ପରେ ଗୋଲ୍ଡ ମେଡାଲ୍ ନିଜ ନାମ କରିଛି | ଭାରତ ୨୦୨୮ର ଲସ୍ ଏଞ୍ଜେଲେସ୍ ଅଲମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛି |

ଭାରତୀୟ ମହିଳା ହକି ଟିମ୍ ଏସିଆନ୍ ଗେମ୍ସର ହକି ପ୍ରତିଯୋଗିତାରେ ଫାଇନାଲରେ ଚୀନ କୁ ହରାଇ ଗୋଲ୍ଡ ମେଡାଲ୍ ଜିତିଛି | ଭାରତୀୟ ଟିମ୍ ୪୪ବର୍ଷ ପରେ ଗୋଲ୍ଡ ମେଡାଲ୍ ଜିତି ନିଜ ନାମରେ କରିଛି | ଏସିଆନ୍ ଗେମ୍ସ ୨୦୨୬ରେ ଗୋଲ୍ଡ ମେଡାଲ୍ ଜିତି ଭାରତୀୟ ମହିଳା ହକି ଟିମ୍ ଲସ୍ ଏଞ୍ଜେଲେସ୍ ଅଲମ୍ପିକ୍ସ ୨୦୨୮ରେ ଯୋଗ୍ୟତା ହାସଲ କରିଛନ୍ତି | ଭାରତ ଚୀନକୁ ମ୍ୟାଚରେ ୧-୦ ଗୋଲ୍ ରେ ପରାସ୍ତ କରିଛି | ପ୍ୟାରିସ ଅଲମ୍ପିକ୍ସ ସିଲଭର୍ ମେଡାଲର ବିଜେତା ଚୀନ ବିପକ୍ଷରେ ଭାରତ ଦଶ ମିନିଟ୍ ରେ ଲାଲରେମସିଆମିଙ୍କ ଗୋଲ୍ ବଳରେ ଅଗ୍ରଣୀ ହାସଲ କରିଥିଲା ,ଯାହା ଶେଷ ପର୍ଯ୍ୟନ୍ତ ବଜାୟୀ ରହିଥିଲା | ନିଜର ୨୦୦ତମ ଆନ୍ତର୍ଜାତୀୟ ମ୍ୟାଚ ଖେଳୁଥିବା ଲାଲରେମସିଆମିଙ୍କ ଗୋଲ୍ ର ଡାହାଣ ପଟେ ମିଳିଥିବା ବଲ୍ କୁ ସିଧା ଗୋଲ୍ ଭିତରେ ପଠାଇଥିଲେ | ଦ୍ଵିତୀୟ କ୍ୱାର୍ଟରେ ସବିତା ନିଜ ବାମ ପଟକୁ ଡାଇଭ ମାରି ପେନାଲଟି ଷ୍ଟ୍ରୋକ ବଞ୍ଚାଇଥିଲେ | ଚୀନ ସିଲଭର୍ ମେଡାଲ ଜିତିଥିବା ବେଳେ ,ଜାପାନ ଶୁଟଆଉଟ ରେ କୋରିଆକୁ ପରାସ୍ତ କରି ବ୍ରୋଞ୍ଚ ମେଡାଲ ଜିତିଥିଲେ |
ଭାରତୀୟ ଟିମ୍ ଏସିଆନ୍ ଗେମ୍ସ ୨୦୨୬ରେ ଶାନଦାର ପ୍ରର୍ଦଶନ କରିଛି | ସେ ଉଜବେକିସ୍ଥାନରେ ୧୯-୦ଗୋଲ୍ ରେ ପରାସ୍ତ କରି ନିଜ ଅଭିଯାନ ଆରମ୍ଭ କରିଥିଲେ | ଏହାପରେ ଭାରତ ଇଣ୍ଡୋନେସିଆକୁ ୧୭-୧ଏବଂ ପରେ ଥାଇଲାଣ୍ଡକୁ ୨୦-୧ ଗୋଲ୍ ରେ ହରାଇଥିଲେ | ପୁଲ ବି' ରେ ସିଙ୍ଗାପୁର ବିପକ୍ଷରେ ନିଜର ଶେଷ ଲିଗ ମ୍ୟାଚରେ ଭାରତ ୭-୦ ଗୋଲ୍ ରେ ବିଜୟ ହାସଲ କରି ସେମିଫାଇଲରେ ପ୍ରବେଶ କରିଥିଲେ | ଭାରତୀୟ ମହିଳା ହକି ଟିମ୍ ବୁଧବାର କୁ ଦକ୍ଷିଣ କୋରିଆକୁ ୨-୦ହରାଇ ୮ବର୍ଷ ପରେ ଫାଇନାଲରେ ନିଜ ସ୍ଥାନ ହାସଲ କଲା | ଭାରତ ଚାମ୍ପିଅନସିପ୍ ମ୍ୟାଚରେ ଚୀନକୁ ୧-୦ ହରାଇଛି |
ବିଜୟ ଶ୍ରେୟ ଭାରତୀୟ ଡେ଼ଫେନ୍ସ ସିଷ୍ଟମ କୁ ଯାଉଛି ,କାରଣ ଚୀନର ଲଗାତାର ଆକ୍ରମଣ ହେବା ପରେ ନିଜର ସଂୟମ ନହରାଇ ଏବଂ ଭାରତ ଶେଷ ପର୍ଯ୍ୟନ୍ତ ଏକ ଗୋଲ୍ ର ଅଗ୍ରଣୀ ବଜାୟ ରଖିଥିଲା | ଦଶ ମିନିଟ୍ ରେ ହିଁ ଲାଲରେମସିଆମି ଭାରତକୁ ଅଗ୍ରଣୀ ଦେଇଥିଲେ ଏବଂ ୨୪ତମ ମିନିଟରେ ଭାରତ ସବୁଠାରୁ ଅଭିଜ୍ଞ ଖେଳାଳି ସବିତା ପେନାଲ୍ଟି ଷ୍ଟ୍ରୋକରେ ଚୀନକୁ ଗୋଲ୍ କରିବାକୁ ରୋକିଥିଲେ | ଏହା ପୂର୍ବରୁ ଭାରତୀୟ ମହିଳା ଟିମ୍ ହକି ୧୯୮୨ ମସିହାରେ ଡୀଲଲ୍ର ଆୟୋଜିତ ଏସିଆନ୍ ଗେମ୍ସରେ ଗୋଲ୍ଡ ମେଡାଲ୍ ଜିତିଥିଲେ | ସେହି ବର୍ଷ ପ୍ରଥମ ଥର ପାଇଁ ମହିଳା ହକିକୁ ଏସିଆନ୍ ଗେମ୍ସରେ ସାମିଲ କରାଯାଇଥିଲା |
ଟିମ୍ ର ବସ ଟ୍ରାଫିକରେ ଫସିବାରୁ ଯୋଗୁଁ ମ୍ୟାଚରେ ଘଣ୍ଟାଏ ଲେଟରେ ଆରମ୍ଭ ହୋଇଥିଲା | ମ୍ୟାଚ ଆରମ୍ଭ ହେବା ପରେ ଭାରତୀୟ ଟିମ୍ ଆରମ୍ଭରୁ ହିଁ ଆକ୍ରମଣ କରିଥିଲା | ଗତବର୍ଷ ନେଦରଲ୍ୟାଣ୍ଡ ଓ ବେଲଜିୟମ ରେ ବିଶ୍ୱକପରେ ଭାରତ ପ୍ରଥମ ଗ୍ରୁପ ମ୍ୟାଚରେ ଚୀନକୁ ୨-୨ ଗୋଲ୍ ଡ୍ର' ରେ ରୋକିଥିଲା |
ଏସିଆନ୍ ଗେମ୍ସ ୨୦୨୬ରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଟିମ୍ର ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କ ପାଇଁ ନଗଦ ପୁରସ୍କାର ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଏକ ସୋସିଆଲ୍ ମିଡିଆ ପୋଷ୍ଟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟିମ୍ର ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ସପୋର୍ଟ ଷ୍ଟାଫ୍ ସଦସ୍ୟଙ୍କୁ ୫.୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ | ଟିମ୍ର ଉତ୍କୃଷ୍ଟ ପ୍ରଦର୍ଶନ, ଦୃଢ଼ ସଂକଳ୍ପ ଓ ପ୍ରତିବଦ୍ଧତା ପାଇଁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି | ଭାରତୀୟ ମହିଳା ହକି ଟିମ୍ର ଏହି ସଫଳତା ସମଗ୍ର ଦେଶ ପାଇଁ ଅପାର ଗର୍ବର ବିଷୟ ବୋଲି ସେ କହିଛନ୍ତି |
