Gold in asian Games 2026:ଭାରତୀୟ ପୁରୁଷ ହକି ଦଳ ଜିତିଲା ସ୍ୱର୍ଣ୍ଣ ପଦକ: ଅଲିମ୍ପିକ୍ସକୁ ସିଧା ଟିକେଟ୍
ଏସିଆନ୍ ଗେମ୍ସ ୨୦୨୬ରେ ମହିଳା ହକି ଦଳର ଶାନଦାର ବିଜୟ ପରେ ଭାରତୀୟ ପୁରୁଷ ହକି ଦଳ ମଧ୍ୟ ଐତିହାସିକ ସଫଳତା ହାସଲ କରିଛି | ଫାଇନାଲ୍ ମ୍ୟାଚ୍ରେ ମାଲେସିଆକୁ ୫-୧ ଗୋଲ୍ରେ ନାକଆଉଟ୍ କରି ସ୍ୱର୍ଣ୍ଣ ପଦକ ବଜାୟ ରଖିଛି ଭାରତୀୟ ଦଳ | ଏହି ସ୍ୱର୍ଣ୍ଣିମ ବିଜୟ ସହ ଭାରତୀୟ ଦଳ ସିଧାସଳଖ ୨୦୨୮ ଲସ୍ ଆଞ୍ଜେଲସ୍ (LA) ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ କରିଛି | ହକିର ମୁଖ୍ୟ ସ୍ପନସର ଥିବା ଓଡ଼ିଶା ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ |
ଆଇଚି-ନାଗୋୟା (ଜାପାନ): ଏସିଆନ୍ ଗେମ୍ସ ୨୦୨୬ ରେ ଭାରତୀୟଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିବାବେଳେ ହକି ଫାଇନାଲରେ ଭାରତୀୟ ଦଳ ନିଜର ଦେଶୀ ଦମଦାର ପ୍ରଦର୍ଶନ ଦେଖାଇଛି | ଫାଇନାଲ୍ ମ୍ୟାଚ୍ରେ ମାଲେସିଆକୁ ୫-୧ ଗୋଲ୍ରେ ନାକଆଉଟ୍ କରି ସ୍ୱର୍ଣ୍ଣ ପଦକ ବଜାୟ ରଖିଛି ଭାରତୀୟ ଦଳ | ପ୍ରଥମ କ୍ୱାର୍ଟରରେ ସ୍କୋର ସମାନ ରହିବା ପରେ ଭାରତୀୟ ଖେଳାଳିମାନେ ମାଲେସିଆକୁ କୌଣସି ଚାନ୍ସ ଦେଇନଥିଲେ | ମ୍ୟାଚ୍ର ଶେଷ ମିନିଟ୍ରେ ଅଧିନାୟକ ହରମନପ୍ରୀତ ସିଂ ପେନାଲ୍ଟି କର୍ଣ୍ଣର ଜରିଆରେ ପ୍ରଥମ ଗୋଲ୍ ଦେଇଥିଲେ, କିନ୍ତୁ ମାଲେସିଆର ଶାଲୋମ ସିଲଭେରିୟସ ତୁରନ୍ତ ଗୋଲ୍ ସମାନ କରିଦେଇଥିଲେ | ଏହାପରେ ଦ୍ୱିତୀୟ କ୍ୱାର୍ଟରରେ ଯୁଗରାଜ ସିଂ ଏବଂ ତୃତୀୟ କ୍ୱାର୍ଟରରେ ହାର୍ଦ୍ଦିକ ସିଂ ଗୋଲ୍ ଦେଇ ଭାରତୀୟ ଟିମ୍କୁ ଆଗରେ ରଖିଥିଲେ | ଚତୁର୍ଥ କ୍ୱାର୍ଟରରେ ଭାରତ ପକ୍ଷରୁ ଅଭିଷେକ ଏବଂ ହରମନପ୍ରୀତ ନିଜର ଦ୍ୱିତୀୟ ଗୋଲ୍ ସ୍କୋର କରିଥିବା ବେଳେ ଓଡ଼ିଶାର ତାରକା ଖେଳାଳି ଶିଳାନନ୍ଦ ଲାକ୍ରା ମଧ୍ୟ ଏକ ଚମତ୍କାର ଗୋଲ୍ ଦେଇ ଦଳକୁ ୫-୧ ରେ ବିଜୟୀ କରାଇଥିଲେ | ସମ୍ପୂର୍ଣ୍ଣ ମ୍ୟାଚ୍ରେ ଭାରତର ପଜେସନ୍ ୫୪% ରହିଥିଲା | ଏହି ବିଜୟ ପରେ ଭାରତୀୟ ଦଳ ୨୦୨୮ ଲସ୍ ଆଞ୍ଜେଲସ୍ (LA) ଅଲିମ୍ପିକ୍ସ ପାଇଁ ସିଧାସଳଖ ଟିକେଟ୍ ପକ୍କା କରିଛି |
ଏହି ଗୌରବମୟ ବିଜୟକୁ ଦେଶ ପାଇଁ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ବୋଲି ବର୍ଣ୍ଣନା କରିଛି |ଭାରତୀୟ ହକିର ଏହି ବିଶ୍ୱସ୍ତରୀୟ ସଫଳତା ପଛରେ ଓଡ଼ିଶା ସରକାରଙ୍କ ଆଫିସିଆଲ୍ ସ୍ପନ୍ସରସିପ୍ ଏବଂ ଦୀର୍ଘ ବର୍ଷର ଅବଦାନ ଅତୁଳନୀୟ ହୋଇଥିବାରୁ, ଏହି ବିଜୟ ପରେ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ, ଓଡ଼ିଶାର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ହକିକୁ ନୂଆ ରୂପ ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ପ୍ରମୁଖ ଓଡ଼ିଶା ବ୍ୟକ୍ତିତ୍ୱଙ୍କୁ ସାରା ଦେଶ ପକ୍ଷରୁ ସ୍ୱତନ୍ତ୍ର କୃତଜ୍ଞତା ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଯାଇଛି |
