ଅବିଭାଗିକୃତ

ବାହାରିଲା ମାଟ୍ରିକ ରେଜଲ୍ଟ, ଖୋର୍ଦ୍ଧାରେ ପାସ ହାର୯୭.୪୮ ପ୍ରତିଶତ

ଖୋର୍ଦ୍ଧା : ଗତକାଲି ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ରାଜ୍ୟରେ ପାସ ହାର ଶତକଡା ୯୬.୪୦ ପ୍ରତିଶତ ରହିଛି ।ତେବେ ଖୋର୍ଦ୍ଧା ଜିଲ୍ଲାରେ ପାସ ହାର ଶତକଡା ୯୭.୪୮ ପ୍ରତିଶତ ରହିଥିବା ବେଳେ ପାସ ହାରରେ ପ୍ରଥମ ସ୍ଥାନରେ କଟକ ଓ ଜଗତସିଂହପୁର ରହିଛି । ସେହିପରି ରାଜ୍ୟରେ ପାସ ହାରରେ ଖୋର୍ଦ୍ଧା ଜିଲ୍ଲା ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଜଣାପଡିଛି । ଖୋର୍ଦ୍ଧା ଜିଲ୍ଲାର ସମୁଦାୟ ୩୩୩ ଗୋଟି ହାଇସ୍କୁଲରେ ୨୬,୩୮୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ ଫର୍ମ ଫିଲଅପ କରିଥିବା ବେଳେ ୩୦୨ ଜଣ ଅନୁପସ୍ଥିତ ଥିଲେ । ସେହିପରି ଜିଲ୍ଲାରେ ମାଲ ପ୍ରାକ୍ଟିସରେ ୯ ଜଣ ପରୀକ୍ଷାର୍ଥୀ ବୁକ ହୋଇଥିବା ବେଳେ ଏ-୧ ଗ୍ରେଡ଼ରେ ୨୮୮, ଏ-୨ ଗ୍ରେଡ଼ରେ ୧୪୬୨ , ବି-୧ ଗ୍ରେଡ଼ରେ ୩୩୯୯ ଏବଂ ବି-୨ ଗ୍ରେଡ଼ରେ ୫୬୦୦ ଜଣ ପରୀକ୍ଷାର୍ଥୀ ପାସ କରିଥିବା ଜଣାପଡିଛି ।

ତେବେ ଖୋର୍ଦ୍ଧା ଜିଲ୍ଲା ମାଟ୍ରିକ ପରୀକ୍ଷାରେ ସମୁଦାୟ ୧୩,୧୮୪ ଜଣ ଛାତ୍ର ଏବଂ ୧୨୫୩୦ ଜଣ ଛାତ୍ରୀ ପାସ ହୋଇଥିବା ଜଣାପଡିଛି ।

Related Articles

Leave a Reply

Your email address will not be published.

Back to top button