ରାଜନୀତିରାଜ୍ୟ

କୋରାପୁଟ କଂଗ୍ରେସକୁ ବୁଡ଼େଇବାକୁ ଦଳ ଭିତରେ ଓ ବାହାର ଲୋକ ମିଶିକି ଷଡ଼ଯନ୍ତ୍ର ଚଳାଇଛନ୍ତି : ତାରା ପ୍ରସାଦ ବାହିନୀପତି

ଭୁବନେଶ୍ୱର : ବିଜୁ ଜନତା ଦଳ ଓ ବିଜେପି ଲୋକଙ୍କ ଅସ୍ଥା ହରାଇଲେଣି । ଭୋଟ ଦେବେ କାହାକୁ ଏ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଲାଣି । କଂଗ୍ରେସକୁ ଭୋଟ ଦେବାକୁ ଇଚ୍ଛା କଲା ବେଳେ ବିଭିନ୍ନ ସମସ୍ୟା ଉଠୁଛି । ସେହି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଛି । ଲୋକେ କଂଗ୍ରେସକୁ ଭୋଟ ଦେବାକୁ ଚାହୁଁଛନ୍ତି, ଆମେ ଭୋଟ ନେବାର କାର୍ଯ୍ୟକ୍ରମ କରିବାର ଅଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟି ଓଡିଶା ଫେରିବା ପରେ ତାରା ଏଭଳି ପ୍ରତିକ୍ରିିୟା ରଖିଛନ୍ତି । ହାଇକମାଣ୍ଡଙ୍କ ସହ ଦଳର ସଂଗଠନ କିପରି ପୁନର୍ଗଠନ ହେବ ସେନେଇ ଆଲୋଚନା ହୋଇଥିବା କହିଛନ୍ତି ତାରା ।

ସେ କହିଛନ୍ତି ମୀନାକ୍ଷୀ ବାହିନୀପତିଙ୍କୁ ସଭାପତି କଲେ ବି ଆମେ ଗ୍ରହଣ କରିବୁ ନାହିଁ । କିନ୍ତୁ ଆଲୋଚନା ମାଧ୍ୟମରେ ନୂଆ ଜିଲ୍ଲା ସଭାପତି କରିଥିଲେ ଭଲ ହୋଇଥାନ୍ତା । ମୀନାକ୍ଷୀଙ୍କୁ ପୁନର୍ବାର ସଭାପତି କରିବାକୁ ଦିଲ୍ଲୀ ଯିବା କଥା ମିଥ୍ୟା । ଭୁଲ କଥା ପ୍ରଚାରିତ ହୋଇଛି । ବୁଲିବାକୁ ଯାଇଥିଲୁ । ମୀନାକ୍ଷୀ ବାହିନୀପତିଙ୍କୁ ପୁନର୍ବାର ସଭାପତି କର ବୋଲି କଥା ଉଠି ନାହିଁ । ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସ ସ୍ଥିତି ଭଲ ଅଛି । ଜାଣିଶୁଣି କଂଗ୍ରେସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି । ଦଳ ଓ ଅନ୍ୟ ଦଳର ଲୋକ ମିଳିତ ଭାବେ କରୁଥିବେ । ସମୟ ଆସିଲେ ଜଣାପଡିବ । ଅସହିଷ୍ଣୁ ହୋଇ ମୋତେ ସହି ପାରୁ ନାହାନ୍ତି । କୋରାପୁଟରେ କଂଗ୍ରେସ ୨୮ରୁ ୧୩ ଜିଲ୍ଲା ପରିଷଦ ଜିତିଛି । ୪ରୁ ୨ ଟି ଏନଏସି ଜିତିଛୁ । ଜୟପୁରରେ ୫୫୦୦ ଭୋଟ ରେ କଂଗ୍ରେସ ଜିତିଛି । କୋଟପାଡ଼ରେ କଂଗ୍ରେସ ଜିତିଛି ବୋଲି ତାରା କହିଛନ୍ତି ।

ସାଂସଦ ଜିତିବା ପ୍ରସଙ୍ଗରେ ତାରା କହିଛନ୍ତି କେତେବେଳେ କେଉଁ ପାଣି ଯିବ କଣ କହିହେବ । ଗତଥର ସାଂସଦଙ୍କୁ ବିରୋଧ କରିନଥିଲୁ । ରାୟଗଡାରେ ସାଂସଦ ପଛୁଆ ଥିଲେ । କୋରାପୁଟ ପ୍ଲସ ଦେଲା । ସେ ଜିତିଲେ । ଏବେ ବି ପ୍ଲସ ଅଛି । ନିଜେ ବଂଚିଲେ ବାପାର ନାଁ । କେବଳ ମୁଁ ଜୟପୁରରେ ସୀମିତ ରହିବି । କିଏ ଟିକେଟ ପାଉ ନପାଉ ମୁଣ୍ଡ ଖେଳିବାର ନାହିଁ । ହାଇକମାଣ୍ଡଙ୍କୁ ଏହା କହିଛି । ଟିକେଟ ଦେଲେ ଖୁସି । ନଦେଲେ ବି ଖୁସି ।

Related Articles

Leave a Reply

Your email address will not be published.

Back to top button