ସୈଫ ନୁହେଁ ଟାର୍ଗଟରେ ଥିଲେ ଶାହାରୁଖ !

ସୈଫ ଅଲ୍ଲି ଖାନଙ୍କୁ ଆକ୍ରମଣ ଘଟଣା। ଆକ୍ରମଣକାରୀ ପୂର୍ବରୁ ଜାନୁଆରୀ ୧୪ରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ମନ୍ନତ ଘରକୁ ଟାର୍ଗେଟ କରିଥିଲା। ହେଲେ କଡା ସୁରକ୍ଷା ବଳୟରେ ଥିବା ଏହି ବଙ୍ଗଳାରେ ସେ ପଶିପାରିନଥିଲା। ଅଭିଯୁକ୍ତକୁ ମୁମ୍ୱାଇ ପୋଲିସ ପଚରାଉଚୁରା ବେଳେ ବାନ୍ଦ୍ରା ପୋଲିସ ଷ୍ଟେସନରେ ଏହି ତଥ୍ୟ ଜାଣିବାକୁ ପାଇଛି। ସେପଟେ ଆଉ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ସୈଫ ଅଲ୍ଲୀଙ୍କ ଘରକୁ ଯିବାର ଭିଡିଓରେ ଅଭିଯୁକ୍ତ ଜଣଙ୍କ ମୁହଁକୁ ଘୋଡେଇ ହୋଇ ଏକ ବ୍ୟାଗ ଧରି ଯିବା ଦେଖିବାକୁ ମିଳିଛି। ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ରାତି ପ୍ରାୟ ୧.୩୭ ମିନିଟରେ ଅଭିଯୁକ୍ତ ଜଣଙ୍କ ଅତି ଚତୁରତାର ସହ ସିଡି ଚଢୁଥିବା ସିସିଟିଭିରେ କଏଦ ହୋଇଛି। ୨୦ ଟିମ ସ୍ୱତନ୍ତ୍ର ଟିମ ଗଠନ ହୋଇ ଘଟଣାର ତଦନ୍ତ ଜାରି ରଖିଛନ୍ତି। ଅନ୍ୟପଟେ ରିକ୍ସା ଡ୍ରାଇଭର ଭଜନ ସିଂହ ରଣା କହିଛନ୍ତି ଯେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ କୁର୍ତ୍ତା ପିନ୍ଧିଥିବା ବ୍ୟକ୍ତିଙ୍କୁ ହସପିଟାଲ ଆଣିଥିଲେ। ହେଲେ ସେ ଜାଣିନଥିଲେ ଯେ ସୈଫ ଅଲ୍ଲି ଖାନ। ଯେତେବେଳେ ସେ ହସପିଟାଲରେ ପହଞ୍ଚି ଷ୍ଟ୍ରେଚର ଆଣିବାକୁ କହିଥିଲେ ଏବଂ ନିଜ ପରିଚୟ ସୈଫ ଅଲ୍ଲି ଖାନ ଦେଇଥିଲେ , ସେତେବେଳେ ସେ ଜାଣିବାକୁ ପାଇଥିଲେ ଯେ ବଲିଉଡ ଅଭିନେତା ସୈଫ ଅଲ୍ଲି ଖାନ। ସୈଫଙ୍କ ଅବସ୍ଥା ଭଲ ଅଛି। ଆଇସିୟୁରୁ ଜେନେରାଲ ଓ୍ୱାର୍ଡକୁ ସ୍ଥାନାନ୍ତର ଲାଗି ପରିବାର ସହ ଡାକ୍ତରୀ ଟିମ୍ ବିଚାରବିମର୍ଶ କରିଛି। ଖୁବ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ ସୈଫ୍ ମୁମ୍ୱାଇ ସ୍ଥିତ ବାସଭବନରେ ପଶି ଜଣେ ଦୁର୍ବୃତ୍ତ ତାଙ୍କୁ ୬ ଥର ଛୁରାମାଡ଼ କରିଥିଲା। ମେରୁଦଣ୍ଡ, ହାତ ଓ ବେକରେ ଗଭୀର ଆଘାତ ଲାଗିଥିଲା।   

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *