ବାଲିପଡ଼ା ଛକରୁ ୩୦୦ କେଜି ଗଞ୍ଜେଇ ଜବତ : ୨ ଗିରଫ

Spread the love

ଗଞ୍ଜାମ : ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍ ବାଲିପଡ଼ା ଛକରୁ ୩୦୦ କେ.ଜି. ଗଞ୍ଜେଇ ଜବତ କରିଛି । ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ରୁଆମା ଗ୍ରାମର କୈଳାସ ଗୌଡ଼ ଓ ଢ଼େଙ୍କାସିନ୍ଧବା ଗ୍ରାମର ମୁନା ଗୌଡ଼ ।

ଅବକାରୀ ଟିମ୍ ଆଜି ବାଲିପଡ଼ା ରାସ୍ତାରେ ଗାଡ଼ି ଯାଂଚ୍ କରୁଥିଲା । ଏହି ସମୟରେ ସନ୍ଦେହରେ ଏକ ପିକଅପ୍ ଭ୍ୟାନ୍ କୁ ଅଟକାଇ ଯାଂଚ୍ ବେଳେ ଗାଡିରୁ ୬୦ଟି ପ୍ୟାକେଟ୍ ରେ ଥିବା ୩୦୦ କେଜି ଗଞ୍ଜେଇ ଜବତ ହୋଇଥିଲା । ଏହି ଗଞ୍ଜେଇ ବ୍ରହ୍ମପୁରରୁ ଅନ୍ୟ ସ୍ଥାନକୁ ଚାଲାଣ କରାଯାଇଥାନ୍ତା ବୋଲି ତଦନ୍ତରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *