ହୋଟେଲରେ ବୋମା ଆତଙ୍କ,  ଅଜ୍ଞାତ  ବ୍ୟକ୍ତିଙ୍କ ନାମରେ ଏଫଆଇଆର

Spread the love

ମୁମ୍ବାଇ: ମୁମ୍ବାଇର ଏକ ଜଣାଶୁଣା ହୋଟେଲକୁ ଅଜ୍ଞାତ ଲୋକଙ୍କଠାରୁ ହୋଟେଲରେ ବୋମା ଥିବା ନେଇ ଫୋନ ମିଳିଥିଲା। ସୋମବାର ସଂଧ୍ୟାରେ ବ୍ୟକ୍ତି ହୋଟେଲକୁ ଫୋନ କରି ହୋଟେଲର ୪ଟି ସ୍ଥାନରେ ବୋମା ରଖାଯାଇଥିବା କୁହାଯାଇଥିବା ତଥା ବୋମା ଡିଫ୍ୟୁଜ କରିବାକୁ ୫ କୋଟି ଟଙ୍କା ଦାବି କରିଥିବା ସୂଚନା ଦେଇଛି ମୁମ୍ବାଇ ପୁଲିସ।

ଧମକପୂର୍ଣ୍ଣ କଲ ମିଳିବା ପରେ ହୋଟେଲ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପକ୍ଷରୁ ବହୁ ଖୋଜ ଖବର ପରେ କିଛି ମିଳିନଥିଲା। ଏହା ଏକ ମିଛ କଲ ଜଣାପଡିବାରୁ ପୁଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ଦାୟର କରିଛି।

ଗତ ମାସରେ ମଧ୍ୟ ହକ୍ସ କଲ ମିଳିଥିଲା, ଯେଉଁଥିରେ କୁହାଯାଇଥିଲା କି ଅମ୍ବେରନାଥ ରେଳ ଷ୍ଟେସନରେ ଜଣେ ବ୍ୟକ୍ତି ବୋମା ନେଇ ଯାଉଥିବା କୁହାଯାଇଥିଲା। ଏହି ଘଟଣାରେ ପୁଲିସ ପରେ ୨ ଜଣଙ୍କୁ ଗିରଫ କରିଥିଲା।  

Leave a Reply

Your email address will not be published. Required fields are marked *