ସାମାନ୍ୟ ବଚସାରୁ ଭାଇକୁ ହାଣିଲା ଭାଇ

Spread the love

କନ୍ଧମାଳ : ସାମାନ୍ୟ କଳିରୁ ଘଟିଛି ବିଭତ୍ସ ହତ୍ୟା। ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ଫିରିଙ୍ଗିଆ ଥାନା ଅଞ୍ଚଳରେ ।

ଖବରରୁ ଜଣାପଡିଛି ଯେ, ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡ଼ିମିରିଗୁଡା ଗ୍ରାମର ନରେନ୍ଦ୍ର ବିନ୍ଧାଣି ଓ ତାଙ୍କ ଭାଇ କର୍ଣ ବିନ୍ଧାଣିଙ୍କ ମଧ୍ୟରେ ସୋମବାର ରାତିରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ଶୁଣି ପରିବାର ଓ ସାଇପଡିଶା ପହଂଚି ବୁଝାସୁଝା କରିବା ସହ ଅଲଗା କରିଥିଲେ। ଏହାପରେ ନରେନ୍ଦ୍ର ଖାଇପିଇ ବାହାରେ ଖଟ ପକାଇ ଶୋଇଥିଲେ । ତେବେ, କର୍ଣ୍ଣ ବିନ୍ଧାଣି ଆସି ନରେନ୍ଦ୍ରଙ୍କୁ ଏକ ଟାଙ୍ଗିଆରେ ହାଣି କେଉଁଆଡ଼େ ଫେରାର ହୋଇଯାଇଥିଲା । ନରେନ୍ଦ୍ରଙ୍କ ସ୍ତ୍ରୀ ଏହା ଦେଖି ସମସ୍ତଙ୍କୁ ପାଟି କରି ଡାକିଥିଲେ । ପରିବାର ଲୋକେ ନରେନ୍ଦ୍ରଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେଏକ ଟାଙ୍ଗିଆ ପଡ଼ିଛି । ମୃତ ନରେନ୍ଦ୍ରଙ୍କ ପୁଅ ଅକ୍ଷୟ ଏ ନେଇ ଫିରିଙ୍ଗିଆ ଥାନାରେ ଏତେଲା କରିଛନ୍ତି । କକା କର୍ଣ ବିନ୍ଧାଣି ବାପାଙ୍କୁ ହତ୍ୟା କରିଥିବା ନେଇ ସେ ଏତଲାରେ ଉଲ୍ଲେଖ କରିଛି। ପୋଲିସ ଏତଲା ପାଇ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *