ୟୁପିର ବୁଲନ୍ଦସହରରେ ଛାତିଥରା ଘଟଣା। ଦବଙ୍ଗ ଠାକୁର ସମାଜର କିଛି ଲୋକ ଦଳିତଙ୍କ ଉପରେ କାର୍ ଚଢ଼ାଇଦେଲେ। ଏପ୍ରିଲ ୨୧ରେ ସୁନହେରା ଗାଁରେ ୪ ଦଳିତଙ୍କ ଉପରେ ଥାର୍ ଗାଡ଼ି ଚଢ଼ାଇଦେଇଥିଲେ ୪ ଅଭିଯୁକ୍ତ। ଏଥିରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୩ ଜଣ ଗୁରୁତର ଆହତ ହୋଇପଡ଼ିଥିଲେ। ଏ ଘଟଣାର ସଂପୃକ୍ତ ୭ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଅଭିଯୁକ୍ତ ପ୍ରୟାଶୁ, ମାନବ, କୃଷ୍ଣ ଓ ଅତୁଲକୁ ପୁଲିସ ଗିରଫ କରିଛି। କାର କୁ ଜବତ ହୋଇଛି। ପୁଲିସ ହତ୍ୟା ଓ ଏସସି-ଏସଟି ଆକ୍ଟରେ ମାମଲା ରୁଜୁ କରିଛି। ଅନ୍ୟ ୩ ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଜାରି ରହିଛି। ଅଭିଯୁକ୍ତମାନେ ଦ୍ରୁତ ଗତିରେ ଗାଡ଼ି ଚଲାଉଥିବାରୁ ଏହାକୁ ବିରୋଧ କରିଥିଲେ ଦଳିତ ପରିବାର। ଏଥିରେ ରାଗି ଏଭଳି କାଣ୍ଡ କରିଥିଲେ ଅଭିଯୁକ୍ତମାନେ। ଏହି ଅଞ୍ଚଳରେ ପୂର୍ବରୁ ବି ଦଳିତ ସମାଜର ବରଯାତ୍ରୀ ବାହାରିବା ବେଳେ ଆକ୍ରମଣ ହୋଇଥିଲା। ଏହି ଅଞ୍ଚଳରେ ଦଳିତ ସମାଜ ଉପରେ ଅତ୍ୟାଚାରର ମାମଲା ବଢ଼ିବାରେ ଲାଗିଛି।


Naxatra News is now on Whatsapp
Join and get latest news update delivered to you via whatsapp
Join Now