ପାକିସ୍ତାନ ସେନା ଗୁଳିରେ ହିମାଚଳପ୍ରଦେଶର ଯବାନ ଶହୀଦ୍

ପାକିସ୍ତାନ ସେନାର ଗୁଳି ମାଡ଼ରେ ହିମାଚଳପ୍ରଦେଶର ଯବାନ ଶହୀଦ ହୋଇଛନ୍ତି। ଚାକିରୀରୁ ଆଉ ୨ ମାସ ପରେ ଅବସର ନେଇଥାଆନ୍ତେ। ରାଜୋରିରେ ମୁତୟନ ଥିଲେ ସୁବେଦାର ମେଜର ପଓ୍ୱନ କୁମାର ଜରିଓ୍ୱାଲ। ପଞ୍ଜାବ ରେଜିମେଣ୍ଟର ଥିଲେ ପଓ୍ୱନ କୁମାର। ସୀମାରେ ପାକିସ୍ତାନ ପଟୁ  ଶନିବାର ସକାଳେ ଗୁଳି ବର୍ଷା ଜାରି ବେଳେ ସେ ଶହୀଦ ହୋଇଛନ୍ତି। ସୁବେଦାର ପଓ୍ୱନଙ୍କ ପରିବାର ବି ସେନାରେ ଥିଲେ। ତାଙ୍କ ପିତା ଗରଜ ସିଂ ବି ଭାରତୀୟ ସେନାରେ ହାବିଲଦାର ପଦରୁ ଅବସର ନେଇଥିଲେ। ଆଜି ସଂଧ୍ୟା ନଚେତ ଆସନ୍ତାକାଲି ସକାଳ ସୁଦ୍ଧା ପଓ୍ୱନଙ୍କ ପାର୍ଥିବ ଶରୀର ତାଙ୍କ ଘରେ ପହଞ୍ଚିବାର ସୂଚନା ରହିଛି। ପଓ୍ୱନଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ପଓ୍ୱନଙ୍କ ଘର ହିମାଚଳପ୍ରଦେଶର କାଙ୍ଗଡା ଜିଲ୍ଲାର ଶାହାପୁରରେ।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *