ତୋ ମାଆ ରେଡ୍ ଲାଇଟ ଏରିଆରୁ ଆସିଥିବ,ଏମିତି କହିଲେ ଚେୟାରମ୍ୟାନ

ତୋ ମାଆ ରେଡ୍ ଲାଇଟ ଏରିଆରୁ ଆସିଥିବ। ସେଥିଲାଗି ତୋ ବାପା କିଏ କହିପାରିବନି। ଆଗ ଯାଇକି ମାଆକୁ ପଚାରେ ତୋ ବାପା କିଏ। ଏଭଳି ଶବ୍ଦ ଶୁଣି ଆପଣ ଭାବିସାରିଥିବେ, ଏତେ ଅଭଦ୍ରୋଚିତ ବ୍ୟବହାର କିଏ କରୁଛି। ଏମିତି ଶବ୍ଦ ପ୍ରୟୋଗ କିଏ କାହାକୁ କରୁଛି। ଆଜ୍ଞା ହଁ। ଏମିତି ଅପଶବ୍ଦ ଓ ଅଭଦ୍ର ଆଚରଣ ଆଉ କେହି ନୁହେଁ। ଅଗ୍ରଣୀ କୋଚିଂ ସେଣ୍ଟର ଫିଟଜିର ସଂସ୍ଥାପକ ତଥା ଚେୟାରମ୍ୟାନ ଡିକେ ଗୋଏଲ ଏଭଳି କହିଛନ୍ତି। ତା ପୁଣି ନିଜ କର୍ମଚାରୀଙ୍କୁ ଅନଲାଇନ ମିଟିଂରେ। କର୍ମଚାରୀଙ୍କ ଦୋଷ ଥିଲା ଯେ, ସେ କାହିଁକି ନିଜ ସାଲାରି ମାଗିଲେ। ତେବେ ଏହାର ଭିଡ଼ିଓ ଭାଇରାଲରୁ ଏହାର ସ୍ପଷ୍ଟତା ବି ଜାଣିସାରିଥିବେ ।

ଡି କେ ଗୋଏଲ ଅନଲାଇନ ମିଟିଂରେ ଅଲଗା ଅଲଗା କେନ୍ଦ୍ର ସହ ଯୋଡ଼ି ହୋଇଥିଲେ। ଏହି ମିଟିଂରେ ଜଣେ କର୍ମଚାରୀ ଦରମା ପାଇବାରେ ଡେରି ହେଉଛି ବୋଲି ପଚାରିଥିଲେ। ବାସ୍ ଏତିକିରେ ଚିହିଁକି ଉଠିଥିଲେ ଗୋଏଲ। ଏଡ-ଟେକ୍ ଉଦ୍ୟୋଗରେ କମ୍ପାନୀର ନିବେଶ ସମ୍ୱନ୍ଧୀୟ ପ୍ରଶ୍ନ ଥିଲା। ଯେଉଁ କର୍ମଚାରୀଙ୍କ ଉପରେ ଗୋଏଲ ଏଭଳି ଅଭଦ୍ର ଶବ୍ଦ ପ୍ରୟୋଗ କରିଥିଲେ, ସେ ଥାନେର ଫିଟଜି ଶାଖାରେ କାର୍ଯ୍ୟରତ ଥିଲେ। କୁହାଯାଉଛି ଯେ, ଫିଟଜି କର୍ମଚାରୀ ୫ ମାସ ହେଲା ବିଳମ୍ୱରେ ଦରମା ପାଉଥିଲେ।

ଗୋଏଲଙ୍କ ଏଭଳି ଅଭଦ୍ର ଓ ଅଶାଳୀନ ବ୍ୟବହାରକୁ ନେଇ ସୋସିଆଲ ମିଡ଼ିଆରେ ୟୁଜର୍ସ କଡ଼ା ସମାଲୋଚନା କରିଛନ୍ତି। ଦରମା ଠିକ ସମୟରେ ଦେଇପାରୁନ। ପଚାରିଲେ ପାଲଟା ଗାଳି କରି ବ୍ୟକ୍ତିଗତସ୍ତରକୁ ଚାଲିଯାଉଛ। ଗୋଏଲଙ୍କ ଭଳି ବ୍ୟକ୍ତି କୋଚିଂ ସେଣ୍ଟର ଖୋଲି ପିଲାଙ୍କୁ ପାଠ ପଢାଉଛନ୍ତି କଅଣ। ନିଜେ ଅଶିକ୍ଷିତ ଓ ଅଭଦ୍ର ଭଳି ବ୍ୟବହାର କରିଥିବାରୁ ଆଗ ଗୋଏଲ ନିଜକୁ ଆଇନାରେ ଦେଖନ୍ତୁ ବୋଲି ସବୁଠି ନିନ୍ଦା କରାଯାଇଛି। ଅନେକ ଶ୍ରମ ମନ୍ତ୍ରଣାଳୟ, ଶିକ୍ଷା ମନ୍ତ୍ରଣାଳୟକୁ ଏ ଭିଡ଼ିଓ ଟ୍ୟାଗ୍ କରି ଆକ୍ସନ ଲାଗି ଦାବି କରିଛନ୍ତି। କର୍ପୋରେଟ କର୍ମକ୍ଷେତ୍ରରୁ ଏଭଳି ବିଷାକ୍ତ କଲଚର ହଟିବା ଜରୁରୀ। ଏ ସନ୍ଦର୍ଭରେ ଗୋଏଲଙ୍କ ପ୍ରତିକ୍ରିୟା ଆସିପାରିନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *