କୋଇଲା ଚୋରା ଚାଲାଣର ହବ ପାଲଟିଛି ଭଦ୍ରକ। ଭଦ୍ରକ ଜିଲ୍ଲା ଧାମରା ବନ୍ଦରକୁ ଭିନ୍ନ ଭିନ୍ନ ଦେଶରୁ ଗୁଣମାନ ର କୋଇଲା ଆସୁଛି। ଜାହାଜ ରୁ ଏହା ଖଲାସ ହେବା ପରେ ରାଜ୍ୟ ତଥା ରାଜ୍ୟ ବାହାରୁକୁ ଯାଉଛି। କିନ୍ତୁ ଧାମରାରୁ ଆସୁଥିବା ଚଳନ୍ତା ଟ୍ରେନରୁ ଦୂର୍ବୁତ୍ତମାନେ କୋଇଲା କାଢି ମାଲେମାଲ ହେଉଥିବାବେଳେ, ସାଧାରଣ ଜନଜୀବନ କୁ ଏହା ବେଶ୍ ପ୍ରଭାବିତ କରୁଛି । ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ତିହିଡି, ବାସୁଦେବପୁର ଅଂଚଳରେ ରେଳପଥ କରିଡରେ ବିଭିନ୍ନ ସ୍ଥାନରେ ଜମା କରି ରଖାଯାଇଛି ଟନ୍ ଟନ୍ କୋଇଲା। ଆଉ ରାତିରେ ସମୟ ସୁବିଧା ସୁଯୋଗ ଦେଖି ମାଫିଆମାନେ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି । ଚୋରା ଚାଲାଣରେ ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତି ଙ୍କ ସହ କିଛି ଅସାଧୁ ପୋଲିସ କର୍ମଚାରି ସାମିଲ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ଜିଲ୍ଲାପ୍ରଶାସନ ଯଥାଶୀଘ୍ର କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now