ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ସମା ଗ୍ରାମ ନିକଟରେ ଜଣେ ବ୍ୟକ୍ତିଙ୍କୁ ସଂଘବଧ ଆକ୍ରମଣ l ଚିକିତ୍ସାଧିନ ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ମୃତ l ମୃତ ବ୍ୟକ୍ତି ସିକୁଳା ଗ୍ରାମର ସୁମନ୍ତ ମହାପାତ୍ର ହୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ସୁମନ୍ତକୁ ନିଜ ଘର ଅଭିମୁଖେ ଆସିବା ସମୟରେ ଦୁବୃର୍ତ୍ତ ମାନେ ସଂଘବଦ୍ଧ ଭାବେ ସମା ସିକୁଳା ରାସ୍ତା ଉପରେ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ l ଗୁରୁତର ଅବସ୍ଥାରେ ସୁମନ୍ତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତି କରିଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କରି ସୁମନ୍ତଙ୍କୁ ଆକ୍ରମଣ କରାଯାଇଥିବା ନେଇ ପୁରୁଷୋତ୍ତମପୁର ଥାନା ପୋଲିସର ତଦନ୍ତ ସହ ଆରମ୍ଭ । ବର୍ତ୍ତମାନ ସୁଧା ଘଟଣାରେ କେହି ଅଟକ ରହିନଥିବା ବେଳେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି ପୋଲିସ l

Naxatra News is now on Whatsapp
Join and get latest news update delivered to you via whatsapp
Join Now