ନକଲି ନୋଟ ପ୍ରିଣ୍ଟ ଅଭିଯୋଗ, ୧ ଗିରଫ

Spread the love

ଜାଲଗାଁଓ: ଉତ୍ତର ମହାରାଷ୍ଟ୍ରର ଜାଲଗାଁଓ ଜିଲ୍ଲାରେ ନକଲି ଭାରତୀୟ ନୋଟ ଛପା କାମରେ ନିୟୋଜିତ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଅଭିଯୁକ୍ତ ୟୁଟ୍ୟୁବରୁ ନକଲି ନୋଟ ତିଆରି ଶିକ୍ଷିଲାଭ କରି ନିଜ ଘରେ ପ୍ରିଣ୍ଟ କରୁଥିବା ପୁଲିସ କହିଛି। ଏଥିପାଇଁ ଅଭିଯୁକ୍ତ ତାର ଗାଁ କୁସୁମ୍ବାରେ ନକଲି ନୋଟ ପ୍ରିଣ୍ଟ ପାଇଁ ଏକ ପ୍ରିଣ୍ଟିଂ ୟୁନିଟ ସେଟ ପକାଇଛି।

ପୁଲିସ ମୁତାବକ, ଜାଲଗାଁଓରେ ନକଲି ନୋଟ ଛପା ହେଉଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ସୂଚନା ଆଧାରରେ ପୁଲିସ ଗୁରୁବାର ରେଡ କରି ଅଭିଯୁକ୍ତକୁ ଗିରଫ କରିବା ସହ ସେ ବ୍ୟବହାର କରୁଥିବା ପ୍ରିଣ୍ଟିଂ ସେଟକୁ ଜବତ କରିଛି। ଯାଞ୍ଚ କାଳରେ ଜଣାପଡିଛି କି, ଅଭିଯୁକ୍ତ ଦେଢ ଲକ୍ଷ ଟଙ୍କାର ନକଲି ନୋଟକୁ ୫୦ ହଜାର ଟଙ୍କାରେ ତାର ପରିଚିତରେ ବିକ୍ରି କରୁଥିଲା।

ଏସମ୍ପର୍କରେ ଜଲାଗାଁଓ ଏସପି ଏମ ରାଜକୁମାର କହିଛନ୍ତି କି, ଅଭିଯୁକ୍ତ ନକଲି ନୋଟ ତିଆରି କରିବାର କଳା ୟୁଟ୍ୟୁବ ଦେଖି ଶିଖି ଥିଲା। ଏହି କାମରେ ଏକାଧିକ ଲୋକ ସାମିଲ ଥିବା ପୁଲିସ ସନ୍ଦେହ କରୁଛି ଓ ଏହାକୁ ନେଇ ତଦନ୍ତ ଜାରି ରହିଛି। ସେପଟେ ପୁଲିସ ଅଭିଯୁକ୍ତକୁ ଶୁକ୍ରବାର ସ୍ଥାନୀୟ କୋର୍ଟରେ ପ୍ରଡ୍ୟୁସ କରି ୯ ମାର୍ଚ୍ଚ ପର୍ଯ୍ୟନ୍ତ ନିଜ ହାଜତକୁ ନେଇ ତଦନ୍ତ ଆରମ୍ଭ କରିଦେଇଛି। ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା ସହ ନକଲି ନୋଟ ପ୍ରସ୍ତୁତି ପାଇଁ ଧାରା ୪୮୯ଏରେ ମାମଲା ଦାୟର ହୋଇଛି।

Leave a Reply

Your email address will not be published. Required fields are marked *