ଜମିଜମାକୁ କେନ୍ଦ୍ର କରି ଗଣ୍ଡଗୋଳକୁ ନେଇ ୨୦ଜଣଙ୍କ ନାମରେ ମାମଲା

Spread the love

ଭଦ୍ରକ : ଭଦ୍ରକ ଜିଲା ପୀରହାଟ ଥାନା ଅଧୀନ ଚାରିତରଫ ଗ୍ରାମରେ ଜମିରେ ବାଡ଼ ବସାଇବା ଓ ଉପାଡ଼ିବାକୁ ନେଇ ଦୁଇପକ୍ଷଙ୍କ ମଧ୍ଯରେ ଗଣ୍ଡଗୋଳ ଉପୁଜିଛି। ଏ ନେଇ ପୁଲିସ ଉଭୟ ପକ୍ଷର ଅଭିଯୋଗ ମୂଳେ ୨୦ଜଣଙ୍କ ନାମରେ କେଶ ନଂ ୧୦୩/୨୩ ଓ ୧୦୪/୨୩ରେ ଦୁଇଟି ପୃଥକ ମାମଲା ରୁଜୁ କରି ତଦନ୍ତ ଚାଳଇଛି। ଚାରିତରଫ ଗ୍ରାମର ବିଜୟ କୁମାର ବଳଙ୍କ ଅଭିଯୋଗରୁ ଜଣାପଡ଼ିଛି ଯେ, ଗୁରୁବାର ପୂର୍ବାହ୍ନରେ ସେ ତାଙ୍କ ଘରର ସୁରକ୍ଷା ପାଇଁ ବାଡ଼ ବସାଉଥିଲେ। ଏହି ସମୟରେ ଅପରପକ୍ଷ ସେହି ଗ୍ରାମର ପ୍ରଭାତ ବିଶ୍ବାଳ, ପ୍ରତାପ ବିଶ୍ବାଳ, ପ୍ରଦୀପ ବିଶ୍ବାଳ, ପଙ୍କଜ ବିଶ୍ବାଳ, ମିନତୀ ବିଶ୍ବାଳ, ସଂଜୁଲତା ବିଶ୍ବାଳ, ପିଙ୍କି ବିଶ୍ବାଳ, କୁନି ବିଶ୍ବାଳ, ପୁଷ୍ପା ବିଶ୍ବାଳ ପ୍ରମୁଖ ଅତର୍କିତ ଭାବେ ବିଭିନ୍ନ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ। ସେହିପରି ପ୍ରଭାତ କୁମାର ବିଶ୍ବାଳ ଅଭିଯୋଗ କରିଛନ୍ତି ଯେ, ଚାରିତରଫ ଗ୍ରାମର ଗଜେନ୍ଦ୍ର ବଳ, ଜୟନ୍ତ ବଳ ବୁଧବାର ଅପରାହ୍ନରେ ଜୋର ଜବରଦସ୍ତ ତାଙ୍କ ଘର ସାମ୍ନାରେ ବାଡ଼ ବସାଉଥିଲେ। ଏହାକୁ ପ୍ରତିବାଦ କରିବାରୁ ଗୁରୁବାର ପୂର୍ବାହ୍ନରେ ଅପରପକ୍ଷ ବିଜୟ କୁମାର ବଳ, ମୃତୁ୍ୟଞ୍ଜୟ ବଳ, ଦିଗ୍ବିଜୟ ବଳ, ସରସ୍ବତୀ ବଳ, ରବିନ୍ଦ୍ର ବଳ, ବାବୁଲା ବଳ, ଡାଫରାବାଜ ଗ୍ରାମର ମାନସ ମଲ୍ଲିକ, ମୋହନ ବଳ, ଗୁଜୁରି ବଳଙ୍କ ସହିତ ଅନ୍ୟ ୪/୫ଜଣ ଏକତ୍ର ହୋଇ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ଆକ୍ରମଣ କରିଥିଲେ। ଏହି ଘଟଣାରେ ଜଣେ ଆହତ ହୋଇ ଭଦ୍ରକରେ ଚିକିତ୍ସା ହେଉଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *