Latest NewsNATIONALଜାତୀୟବିଜ୍ଞାନ ଓ ପ୍ରଯୁକ୍ତିବିଶ୍ୱ

ଅତି ସଫଳତାର ସହ ବଢୁଛି ଚନ୍ଦ୍ରଯାନ-୩, ଯାହା କେହି କରିପାରିନାହାନ୍ତି ତାହା ଇସ୍ରୋ କରି ଦେଖାଇବ

ଅତି ସଫଳତାର ସହ ଆଗକୁ ବଢୁଛି ଚନ୍ଦ୍ରଯାନ-୩ । ତେବେ ଚନ୍ଦ୍ରଯାନ-୩ ଏବେ ଚନ୍ଦ୍ରର ଆଉ ଏକ ପାଦ ନିକଟତର ହୋଇଛି | ଏହା ତା’ର ୪ର୍ଥ କକ୍ଷପଥ-ରେଜିଙ୍ଗ ମନିଭର ସଫଳତାର ସହ ସମ୍ପନ୍ନ କରିଛି | ଏହା ପରେ ୨୫ ଜୁଲାଇରେ ପରବର୍ତୀ ଫାୟାରିଂ ହେବ ବୋଲି ଇସ୍ରୋ ଟୁଇଟ କରି ସୂଚନା ଦେଇଛି | ଭାରତ ଦ୍ୱିତୀୟ ଥର ପାଇଁ ଚନ୍ଦ୍ରର ପୃଷ୍ଠରେ ଏହାକୁ ଓହ୍ଲାଇବା ପାଇଁ ପ୍ରୟାସ କରିଛି । ଏହି ଚନ୍ଦ୍ରଯାନ-୩କୁ ଏହିଭଳି ସ୍ଥାନରେ ଲାଣ୍ଡିଂ ପାଇଁ ଉଦ୍ୟମ କରାଯାଉଛି ଯେଉଁଠି କେହି କେବେ ପହଞ୍ଚିବା ପାଇଁ ସାହାସ ବି କରିନାହାନ୍ତି । ବିଶ୍ୱର ୧୧ଟି ଦେଶ ଚନ୍ଦ୍ର ଅଭିମୁଖେ ସେମାନଙ୍କ ମିଶନ କରିଛନ୍ତି । ଯଦି ଭାରତ ଏଥିରେ ସଫଳ ହୁଏ ତେବେ ଦକ୍ଷିଣ ଧ୍ରୁବରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ଓହ୍ଲାଇବାରେ ପ୍ରଥମ ଦେଶ ହେବ । ବିଶ୍ୱର ପ୍ରଥମ ସ୍ପେସ୍ ଏଜେନ୍ସି ଭାବେ ଇସ୍ରୋ ଏହି ସଫଳତା ପାଇବ । ଭାରତ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ସ୍ଥିତ ମ୍ୟାଜିନସ-ୟୁ କ୍ରେଟର ପାଖରେ ଚନ୍ଦ୍ରଯାନ-୩କୁ ଓହ୍ଲାଇବା ପାଇଁ ଲକ୍ଷ୍ୟ ରଖିଛି ।

ଇସ୍ରୋ ମୁଖ୍ୟ ଡ. ଏସ ସୋମନାଥ ପ୍ରଥମରୁ କହିସାରିଛନ୍ତି ଯେ ଆମେ ଚନ୍ଦ୍ରଯାନ-୩କୁ ଦକ୍ଷିଣ ଧ୍ରୁବର ପାଖରେ ଓହ୍ଲାଇବୁ । ଏହାର କାରଣ ଏହା ଯେ ଦକ୍ଷିଣ ଧ୍ରୁବ ପାଖରେ ତାପମାତ୍ରା ମାଇନସ ୨ଶହ ଡିଗ୍ରୀ ସେଲସିୟସ । ସେଠାରେ ଆଲୋକ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ନାହିଁ ।

Related Articles

Leave a Reply

Your email address will not be published.

Back to top button