Latest Newsଓଡ଼ିଶା

ଆଜି ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି

୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଅପରାହ୍ଣରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ମହାମହିମ | ଏହି ଗସ୍ତରେ ରାଷ୍ଟ୍ରପତି ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବାର ଯୋଜନା ରହିଛି | ଏନେଇ ସୁରକ୍ଷାକୁ ନଜରରେ ରଖି କମିଶନରେଟ ପୋଲିସ ପକ୍ଷରୁ ୫୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୩୦୦ ଅଫିସର ନିୟୋଜିତ ହୋଇଛନ୍ତି । ସେଥିପାଇଁ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଗତକାଲି କଟକ ଓ ଭୁବନେଶ୍ୱରରେ କାରକେଡ୍ ରିହର୍ସାଲ କରାଯାଇଛି । ବ୍ଲୁ-ବୁକ୍ ଗାଇଡଲାଇନ୍ ଅନୁସାରେ ରାଷ୍ଟ୍ରପତିଙ୍କ କାରକେଡ ତାଙ୍କ ଗନ୍ତବ୍ୟସ୍ଥଳକୁ ଯିବେ ।
ମହାମହିମ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଓ ଅନ୍ୟ ବିଶିଷ୍ଠ ବ୍ୟକ୍ତିମାନେ ତାଙ୍କୁ ସ୍ୱାଗତ କରିବା ସହ ଗାର୍ଡ ଅଫ ଅନର ପ୍ରଦାନ କରାଯିବ । ଏହା ପରେ ସେ ରାଜଭବନରେ ଆପାଦଗ୍ରସ୍ତ ଜନଜାତି ଗୋଷ୍ଠୀ ପ୍ରତିନିଧିଙ୍କ ସହ ସାକ୍ଷାତ କରିବେ । ୨୬ ତାରିଖରେ କଟକ ଏସସିବିର ବାର୍ଷିକ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ୨୭ ତାରିଖରେ ତମାଣ୍ଡୋ ଦଶବାଟିଆ ଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍ ହାଉସ କଂପ୍ଲେକ୍ସ କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ପରେ ମହାମହିମ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି | ।

Related Articles

Leave a Reply

Your email address will not be published.

Back to top button