ଜାତୀୟ

ଦେଶରେ ଗତ ପାଞ୍ଚ ବର୍ଷରେ ୭୬୯ ହାଜତ ମୃତ୍ୟୁ ରେକର୍ଡ

ନୂଆଦିଲ୍ଲୀ: ୨୦୧୭ ଏପ୍ରିଲ୧ରୁ ୨୦୨୨ ମାର୍ଚ୍ଚ ୩୧ ମଧ୍ୟରେ ଗୁଜରାଟରେ ୮୦ଟି ହାଜତ ମୃତ୍ୟୁ ହୋଇଛି। ଏହା ପଛକୁ ମହାରାଷ୍ଟ୍ରରେ ୭୬, ଉତ୍ତର ପ୍ରଦେଶରେ ୪୧, ତାମିଲନାଡୁରେ ୪୦ ଓ ବିହାରରେ ୩୮ ହାଜତ ମୃତ୍ୟୁ ହୋଇଥିବା କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟସଭାରେ ସୂଚିତ କରାଯାଇଛି। 

ହାଜତ ମୃତ୍ୟୁ କ୍ଷେତ୍ରରେ ରାଜ୍ୟଗୁଡିକ ଭିତରେ ଗୁଜରାଟ ଆଗରେ ରହିଛି। ମନ୍ତ୍ରୀ ନିତ୍ୟାନନ୍ଦ ରାଏ କହିଛନ୍ତି କି, ଦେଶରେ ୨୦୧୭ରୁ ୨୦୧୮ ମଧ୍ୟରେ ୧୪୬ ହାଜତ ମୃତ୍ୟୁ ହୋଇଥିବା ବେଳେ ୨୦୧୮- ୨୦୧୯ ଭିତରେ ୧୩୬, ୨୦୧୯-୨୦୨୦ରେ ୨୧୨, ୨୦୨୦ରୁ ୨୦୨୧ରେ ୧୦୦ ଓ ୨୦୨୧ରୁ ୨୦୨୨ ମଧ୍ୟରେ ୧୭୫ଟି ହାଜତ ମୃତ୍ୟୁ ରେକର୍ଡ କରାଯାଇଛି। ଗୁଜରାଟରେ ୨୦୧୭-୨୦୧୮ ମଧ୍ୟରେ ୧୪ ହାଜତ ମୃତ୍ୟୁ ହୋଇଥିବା ବେଳେ ୨୦୧୮-୨୦୧୯ ଭିତରେ ୧୩, ୨୦୧୯-୨୦୨୦ ଭିତରେ ୧୨ଟି, ୨୦୨୦-୨୦୨୧ରେ ୧୭ ଓ ୨୦୨୧-୨୦୨୨ ଭିତରେ ୨୪ ହାଜତ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ୨୦୧୭-୧୮ରେ ୧୯ ହାଜତ ମୃତ୍ୟୁ ହୋଇଥିବା ବେଳେ ୨୦୧୮-୨୦୧୯ ଭିତରେ ୧୧ଟି, ୨୦୧୯-୨୦୨୦ରେ ୩, ୨୦୨୦-୨୦୨୧ରେ ୧୩ ଓ ୨୦୨୧-୨୨ ଭିତରେ ୩୦ଟି ମୃତ୍ୟୁ ହୋଇଛି ହାଜତରେ।

ଏହି ସମୟ ମଧ୍ୟରେ ତାମିଲନାଡୁରେ ୨୦୧୭- ୨୦୧୮ ଓ ୨୦୦୧୮-୨୦୧୯ ଭିତରେ ୧୧ଟି ଲେଖା, ୨୦୧୯-୨୦୨୦ରେ ୧୩, ୨୦୨୦-୨୦୨୧ରେ ୨ଟି ଓ ୨୦୨୧-୨୦୨୨ରେ ୩୦ଟି ମୃତ୍ୟୁ ହୋଇଛି। ଉତ୍ତର ପ୍ରଦେଶରେ ଏହି ବର୍ଷ ଗୁଡିକରେ ଯଥାକ୍ରମେ ୨୦୧୭- ୨୦୧୮ରେ ୧୦ଟି, ୨୦୦୧୮-୨୦୧ରେ ୧୨, ୨୦୧୯-୨୦୨୦ରେ ୩, ୨୦୨୦-୨୦୨୧ ଓ ୨୦୨୧-୨୦୨୨ରେ ୮ ଟି ଲେଖା ହାଜତ ମୃତ୍ୟୁ ହୋଇଛି।

ମନ୍ତ୍ରୀ ଆହୁରି କହିଛନ୍ତି, ସିକିମ ଓ ଗୋଆରେ ୨୦୧୭ରୁ ୨୦୨୦ ମଧ୍ୟରେ କୌଣସି ହାଜତ ମୃତ୍ୟୁ ହୋଇନଥିବା ବେଳେ ୨୦୨୧-୨୨ରେ ଗୋଟିଏ ଲେଖା ହାଜତ ମୃତ୍ୟୁ ହୋଇଥିଲା।

 ସେହିପରି କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଭିତରେ ଦିଲ୍ଲୀରେ ଗତ ୫ ବର୍ଷରେ ୨୯ ହାଜତ ମୃତ୍ୟୁ ହୋଇଥିବା ବେଳେ ଜମ୍ମୁ କାଶ୍ମୀରରେ ୪ଟି ହାଜତ ମୃତ୍ୟୁ ହୋଇଛି।

ଜାତୀୟ ମାନବାଧିକାର କମିଶନ ବା ଏନଏଚଆରସି ରିପୋର୍ଟ ଆଧାରରେ ମନ୍ତ୍ରୀ ରାଜ୍ୟସଭାକୁ ସୂଚିତ କରିଛନ୍ତି କି, ପୁଲିସ ହଜାତରେ ହୋଇଥିବା ମୃତ୍ୟୁ ପାଇଁ କମିଶନ ୨୦୧ ମାମଲାରେ ୫,୮୦,୭୪,୯୯୮ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ସୁପାରିଶ କରିଥିବା ବେଳେ ଗୋଟିଏ ମାମଲାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ  ନିଆଯାଇଛି।

Related Articles

Leave a Reply

Your email address will not be published.

Back to top button