ଧର୍ମା ପ୍ରଡକ୍ସନର ନୂଆ ଫିଲ୍ମରେ ଇଣ୍ଟ୍ରୋଡ୍ୟୁସ୍ ହେବେ ଇବ୍ରାହିମ୍ ଅଲ୍ଲୀ ଖାନ୍। ସୈଫଙ୍କ ବଡ଼ ପୁଅ ଇବ୍ରାହିମଙ୍କୁ ପ୍ରଥମ ସୁଯୋଗ ଦେବାକୁ ଯାଉଛନ୍ତି କରନ ଜୋହର। କରନଙ୍କ ଫିଲ୍ମରେ ଡେବ୍ୟୁ କରିବେ ଇବ୍ରାହିମ୍। ଧର୍ମା ପ୍ରଡକ୍ସନ ଏ ନେଇ ବିଧିବଦ୍ଧ ଘୋଷଣା କରିଛି। ଇବ୍ରାହିମ୍ ବଲିଉଡରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି। କରନ ଏ ନେଇ ଇମୋସନାଲ ପୋଷ୍ଟ କରିଛନ୍ତି। ୧୨ ବର୍ଷ ବେଳେ ସେ ଅମ୍ରିତାଙ୍କୁ ଭେଟିଥିଲେ। ଅମ୍ରିତା ତାଙ୍କ ପିତାଙ୍କ ସହ ଧର୍ମା ମୁଭିଜ୍ ପାଇଁ ଦୁନିଆ ଚଳଚ୍ଚିତ୍ର କରିଥିଲେ। ଆଉ ସେତେବେଳେ କ୍ୟାମେରାରେ ଅମ୍ରିତାଙ୍କ ଶାଳୀନତା, ଏନର୍ଜି ଓ କାମ କରିବାର ଜୋସ୍ ବେଶ୍ ଭଲରେ ମନ ରହିଛି। ଆଉ ଇବ୍ରାହିମଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ଅଫିସରେ ସୈଫଙ୍କ ସହ ସେ ପ୍ରଥମ ଥର ଦେଖିଥିଲେ। ୪୦ ବର୍ଷ ହେଲା ତାଙ୍କ ପରିବାର ଫିଲ୍ମ ଓ ତାଙ୍କ ପରିବାର ସହ ଜଡ଼ିତ। ଫିଲ୍ମ ତାଙ୍କ ପରିବାରର ରକ୍ତରେ ଅଛି। ଆଉ ଏହି ପ୍ରତିଭାକୁ କେବଳ ଏକ ନୂଆ ବାଟ ଦେଖାଇବା ଆମର କାମ ବୋଲି କହିଛନ୍ତି କରଣ।

Naxatra News is now on Whatsapp
Join and get latest news update delivered to you via whatsapp
Join Now