ବିଲ୍ଡିଂରେ ନିଆଁ ଲାଗି ଛଅ ଜୀବନ୍ତ ଦଗ୍ଧ

Spread the love

ହାଇଦ୍ରାବାଦ: ତେଲେଙ୍ଗାନାର ଏକ ମଲିଟ କମରସିଆଲ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୬ ଜୀବନ୍ତ ଦଗ୍ଧ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ନିଆଁ ଲିଭାଇବା ସହ କମ୍ପ୍ଲେକ୍ସ ଭିତରୁ ୧୩ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ।

ଗୁରୁବାର ସଂଧ୍ୟା ପ୍ରାୟ ୭.୩୦ରେ ହାଇଦ୍ରାବାଦ ସ୍ଥିତ ଏକ କମରସିଆଲ କମ୍ପ୍ଲେକ୍ସ ର ୫ମ ଫ୍ଲୋରରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବାରୁ କମ୍ପ୍ଲେକ୍ସରେ ଲାଗିଯାଇଥିଲା ଧାଁ ଦୌଡ। ଦେଖୁ ଦେଖୁ ନିଆଁ ପୁରା ଫ୍ଲୋରକୁ ବ୍ୟାପିଯିବା ସହ ପୁରା ବିଲ୍ଡିଂ ହୁତୁ ହୁତୁ ହୋଇ ଜଣିଥିଲା। କମ୍ପ୍ଲେକ୍ସ ଭିତରୁ ବହୁ ଲୋକ ବାହାରି ଯାଇଥିବା ବେଳେ ୧୩ ଜଣ ଫସିଯାଇଥିଲେ।

ସୂଚନା ପାଇ ସଙ୍ଗେ ସଙ୍ଗେ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତରେ ନିୟୋଜିତ ହୋଇଥିଲେ ତଥା ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୬ ଜଣ ନିଆଁରେ ଜଳିଯାଇଥିଲେ। ଆହତମାନଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ ନିଆଯାଇଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ମଧ୍ୟରେ ୪ ମହିଳା ଓ ୨ ପୁରୁଷ ଥିଲେ।

କେନ୍ଦ୍ରମନ୍ତ୍ରୀ କିଶାନ ରେଡ୍ଡି ଏହି ଦୁଃଖଦ ଘଟଣା ପାଇଁ ଶୋକ ବ୍ୟକ୍ତ କରିଛନ୍ତି। ମନ୍ତ୍ରୀ ଟ୍ବିଟ କରି ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିଜନଙ୍କୁ ସମବେଦନା ଜଣାଇଛନ୍ତି ଓ ଆହତଙ୍କ ଆଶୁ ଆରୋଗ୍ୟକାମନା କରିଛନ୍ତି।

Leave a Reply

Your email address will not be published. Required fields are marked *