ଦୁନିଆର ସବୁଠୁ ଉଚ୍ଚା ପୋଲରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ। ଚେନାଓ ରେଳ ବ୍ରିଜ୍ ଉପରେ ଅତିକ୍ରମ କଲା ବନ୍ଦେ ଭାରତ ଏକ୍ସପ୍ରେସ। ମାତା ବୈଷ୍ଣୋ ଦେବୀ କଟରା-ଶ୍ରୀନଗର ରେଳଲାଇନରେ ବନ୍ଦେ ଭାରତ ଟ୍ରେନର ଟ୍ରାଏଲ ରନ୍ ସଫଳ ହୋଇଛି। ଏହି ଐତିହାସିକ କ୍ଷଣକୁ ସମସ୍ତେ ଉପଭୋଗ କରିଛନ୍ତି। ଜମ୍ମୁ କଶ୍ମୀରକୁ ରେଳ ସଂଯୋଗ ଲାଗି ଲାଗିଗଲା ୭୭ ବର୍ଷ। କଟାରାରୁ ଶ୍ରୀନଗର ଭିତରେ ଏହି ଟ୍ରାଏଲ୍ ରନ୍ ହୋଇଥିଲା। ଏହି ବ୍ରିଜ୍ ଉଧମପୁର- ଶ୍ରୀନଗର- ବାରାମୁଳା ରେଳ ଲିଂକ ଉପରେ ରହିଛି।
ଏହି ଟ୍ରେନକୁ ବିଶେଷ କରି କଶ୍ମୀରି ଘାଟିର ଥଣ୍ଡା ପାଗ ଅନୁସାରେ ଡିଜାଇନ୍ କରାଯାଇଛି। ମାଇନସ-୧୦ ଡିଗ୍ରୀ ତାପମାତ୍ରା ଯାଏ ବି ଏହି ଟ୍ରେନ୍ ଆରାମରେ ଚାଲିପାରିବ। ଏହି ଟ୍ରେନ୍ ଅଞ୍ଜି ଖାଦ ବ୍ରିଜ ଦେଇ ଗତି କରିବ। ଯାହା ଭାରତର ପ୍ରଥମ କେବୁଲ୍-ଷ୍ଟେଡ୍ ରେଲଓ୍ୱେ ବ୍ରିଜ୍ ଅଟେ। ଆଉ ଦୁନିଆର ସବୁଠୁ ଉଚ୍ଚା ରେଲଓ୍ୱେ ବ୍ରିଜ୍ ଚେନାଓ ଦେଇ ଗତି କରିବ। ଏଥିରେ ହାଇ କ୍ୱାଲିଟିର ହିଟିଂ ସିଷ୍ଟମ ରହିଛି। ଏହା ଚାଲୁଥିବା ବେଳେ ପାଣି ଓ ବାୟୋ ଟଏଲଟ ଟ୍ୟାଙ୍କ ଜାମ୍ ହେବନି। ଏହା ବ୍ୟତୀତ ଟ୍ରେନର ଓ୍ୱିଣ୍ଡସିଲ୍ଡ ଉପରେ ବି ହିଟିଂ ଫ୍ୟାସିଲିଟି ରହିଛି। ଅତିଶୟ ଥଣ୍ଡା ପାଗରେ ବି ଦୃଶ୍ୟମାନ ଠିକ୍ ରହିବ। ଖରାପ ହେଲେ ବି ଜାନୁଆରୀ ୨୩ରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ଭାରତ ସେମି- ହାଇସ୍ପିଡ୍ ବନ୍ଦେ ଭାରତ ଟ୍ରେନରେ ଯିବାକୁ ଲୋକେ ରୁଚି ରଖୁଛନ୍ତ। ମାତା ବୈଷ୍ଣୋଦେବୀ ରେଲଓ୍ୱେ ଷ୍ଟେସନ କଟାରାରୁ ଶ୍ରୀନଗର ଯାଏ ପ୍ରଥମ ବନ୍ଦେ ଭାରତ ଟ୍ରେନର ଟ୍ରାଏଲ ରନ ସଫଳ ହୋଇଛି।
କଟାରାରୁ ଶ୍ରୀନଗରର ଦୂରତା ୧୯୦ କିଲୋମିଟର। ଏହି ଦୂରତାକୁ ଏଣିକି ମାତ୍ର ୩ ଘଣ୍ଟା ଲାଗିବ। ମାତା ବୈଷ୍ଣୋଦେବୀ କଟାରାରୁ ଶ୍ରୀନଗର ଭିତରେ ୩୮ଟି ସୁଡ଼ଙ୍ଗ ଅଛି। ୯୨୭ଟି ପୋଲ ଅଛି। ଏହି ରୁଟର ଅଧା ଅଂଶ କେବଳ ଟନେଲ। ଏହି ସେମି ହାଇସ୍ପିଡ୍ ଟ୍ରେନ୍ ଘଣ୍ଟାକୁ ୭୦ରୁ ୭୫ କିଲୋମିଟର ବେଗରେ ଗତି କରିବ। ଭୀଷଣ ଥଣ୍ଡାରେ ବି ବ୍ରେକ୍ ଲାଗିବନି। ଏହି ଟ୍ରେନ୍ ବିଧିବଦ୍ଧ ଭାବେ କେବେଠୁ ଚାଲିବ, ତାହାର ତାରିଖ ଧାର୍ଯ୍ୟ ହୋଇନି। ତେବେ ସପ୍ତାହକୁ ୬ ଦିନ ଚାଲିବାର ଯୋଜନା ଅଛି। ମୋଟ୍ ୨୦୩ କିଲୋମିଟରର ଯାତ୍ରା ୩ ଘଣ୍ଟା ୧୦ ମିନିଟରେ ପୁରା କରିବ। ଟ୍ରେନକୁ ନେଇ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କ ଭିତରେ ବେଶ୍ ଉତ୍ସାହ ରହିଛି। ଜମ୍ମୁକଶ୍ମୀରରେ ପର୍ଯ୍ୟଟନ ଶିଳ୍ପକୁ ବୃଦ୍ଧି ଦିଗରେ ଏହା ବେଶ୍ ସହାୟକ ସାଜିବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now