ଲଡ଼ୁ ମହୋତ୍ସବରେ ମୃତ୍ୟୁର ମଞ୍ଚ

ଭୁଷୁଡ଼ି ପଡିଲା ମଞ୍ଚ। ଦଳାଚକଟାରୁ ୭ ଜଣଙ୍କ ଜୀବନ ଗଲା। ୮୦ରୁ ଉର୍ଦ୍ଧ୍ୱ ଆହତ ହେଲେ। ମୃତାହତଙ୍କ ସଂଖ୍ୟା ବଢିବାର ବି ଆଶଙ୍କା ରହିଛି। ଉତ୍ତରପ୍ରଦେଶର ବାଘପତରେ ଚାଲିଥିବା ଲଡୁ ଉତ୍ସବରେ ଏଭଳି ଅଘଟଣ ଘଟିଛି। ଜୈନ ସମ୍ପ୍ରଦାୟର ଆଦିନାଥ ନିର୍ବାଣ ଲଡୁ ମହୋତ୍ସବ ବେଳେ ବାଉଁଶ ମଞ୍ଚ ଭୁଷୁଡ଼ି ପଡିଥିଲା। ୬୫ ଫୁଟର ଉଚ୍ଚା ସିଡ଼ି ଭାଙ୍ଗିଯିବାରୁ ୭ଜଣଙ୍କ ମୃତ୍ୟୁ ହୋଇଛି। ଶ୍ରଦ୍ଧାଳୁ ପରସ୍ପର ଉପରେ କଚାଡ଼ି ହୋଇ ପଡ଼ିଥିଲେ। ଏହା ସହ ଦଳାଚକଟାରେ ୫୦ରୁ ଅଧିକ ଆହତ ହୋଇଛନ୍ତି। ଯଥେଷ୍ଟ ଆମ୍ୱୁଲାନ୍ସ ନଥିବାରୁ ସ୍ଥିତି ଏମିତି ହୋଇଥିଲା ଯେ, ଆହତଙ୍କୁ ଠେଲା ଗାଡ଼ି, ଇ-ରିକ୍ସାରେ ହସ୍ପିଟାଲ ନେବାକୁ ପଡ଼ିଥିଲା। ବାଗପତ ସହରରୁ ୨୦ କିଲୋମିଟର ଦୂର ବଡୌତ ତହସିଲ ଏରିଆରେ ସକାଳ ୮ଟା ବେଳେ ଏଭଳି ଅଘଟଣ ଘଟିଥିଲା।

୬୫ ଫୁଟ୍ ଅସ୍ଥାୟୀ ଉଚ୍ଚା କାଠ ମଞ୍ଚ ହୋଇଥିଲା। ଏହା ଉପରେ ଭଗବାନଙ୍କ ୫ ଫୁଟର ପ୍ରତିମା ରଖାଯାଇଥିଲା। ଶ୍ରଦ୍ଧାଳୁ ଭଗବାନଙ୍କୁ ଦର୍ଶନ କରିବାକୁ ଏହି ସିଡ଼ି ଦେଇ ଉପରକୁ ଚଢ଼ୁଥିଲେ। କିନ୍ତୁ ଅଧିକ ଶ୍ରଦ୍ଧାଳୁ ଚଢ଼ିବାରୁ ଓଜନ ସହି ନପାରି ଏହା ଭାଙ୍ଗିଯାଇଥିଲା। ଆଉ ଶ୍ରଦ୍ଧାଳୁ ତଳେ ପଡ଼ିଥିଲେ। ପ୍ରଶାସନ ଓ ପୁଲିସ ତୁରନ୍ତ ରେସକ୍ୟୁ ଅପରେସନ ଆରମ୍ଭ କରିଥିଲା। ଦଳାଚକଟା ସ୍ଥିତିକୁ କାବୁ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ସଂଜ୍ଞାନ ନେଇ ଆହତଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇବାକୁ ନିର୍ଦେଶ ଦେଇଥିଲେ। ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇଦିଆଯିବାକୁ କହିଛନ୍ତି। ଘଟଣାର ତଦନ୍ତ ଆରମ୍ଭ ହୋଇଛି। କାହା ଅବହେଳା ଲାଗି ଏତେ ବଡ଼ ଅଘଟଣ ଘଟିଲା, ତଦନ୍ତ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି ପ୍ରଶାସନ। ଆୟୋଜକ ଓ ପ୍ରଶାସନ ଆବଶ୍ୟକୀୟ ସୁରକ୍ଷା  ଓ ବିପତ୍ତି ମୁକାବିଲାରେ ଉପଯୁକ୍ତ ସାଧନର ପ୍ରବନ୍ଧନ କରିନଥିବାରୁ ଶ୍ରଦ୍ଧାଳୁ ଅସନ୍ତୋଷ ଝାଡିଛନ୍ତି।

ହସ୍ପିଟାଲରେ ମୃତକଙ୍କ ପରିବାର ଓ ଆହତଙ୍କୁ ଭେଟିଛନ୍ତି ଲୋକପ୍ରତିନିଧି। ମୃତକଙ୍କ ଭିତରେ ୩ ମହିଳା ଅଛନ୍ତି। ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ବି ରହିଛି। ଗାନ୍ଧୀରୋଡରେ ମଙ୍ଗଳବାର ସକାଳୁ ଏଭଳି ଅଘଟଣ ପରେ ସବୁଠି ହଇଚଇ ଖେଳିଯାଇଛି। ଏହି ପର୍ବରେ ଜୈନ ସମ୍ପ୍ରଦାୟର ଶ୍ରଦ୍ଧାଳୁ ମନ୍ଦିରରେ ଲଡ଼ୁ ଭୋଗ କରନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *