୨୦୨୩ ରେ ବିଶ୍ୱର ଜନବହୁଳ ଦେଶ ହେବ ଭାରତ

Spread the love

ଆଜି ବିଶ୍ୱ ଜନସଂଖ୍ୟା ଦିବସ। ତେବେ ଆଜିର ଦିନରେ ଜାତିସଂଘର ଚମକାଇଦେଲା ଭଳି ରିପୋର୍ଟ ପ୍ରକାଶ କରିଛି। ଜାତିସଂଘର ରିପୋର୍ଟ ଅନୁଯାୟୀ ଜନସଂଖ୍ୟାରେ ଭାରତ ଚୀନକୁ ଟପିଯିବ। ଯାହା ଅତ୍ୟନ୍ତ ଚିନ୍ତାର ବିଷୟ। ୨୦୨୩ ରେ ବିଶ୍ୱର ଜନବହୁଳ ଦେଶ ହେବ ଭାରତ। ତେବେ ଭାରତର ଜନସଂଖ୍ୟାକୁ ନେଇ ୟୁଏନ୍‌ ଦେଇଥିବା ରିପୋର୍ଟ ଉପରେ ପକାଇବା ନଜର।

ଜୁଲାଇ ୧୧ ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ରୂପେ ପାଳନ କରାଯାଏ।

୨୦୧୧ ମସିହାରେ ଶେଷଥର ପାଇଁ ଭାରତରେ ଜନସଂଖ୍ୟା ଗଣନା କରାଯାଇଥିଲା। ତେବେ ବିଶ୍ୱ ଜନସଂଖ୍ୟା ଦିବସରେ ଜାତିସଂଘର ରିପୋର୍ଟ ପ୍ରକାଶ ପାଇଛି। ତେବେ ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୩ ସୁଦ୍ଧା  ବିଶ୍ୱର ଜନସଂଖ୍ୟା ୮ ଆରବରେ ପହଞ୍ଚିବା ଆଶଙ୍କା। ବିଶ୍ବରେ ପ୍ରତି ମିନିଟରେ ୨୭୦ ଶିଶୁ ଜନ୍ମ ନେଉଛିନ୍ତି। ୧୯ ଶତାଦ୍ଧିରେ ବିଶ୍ୱ ଜନସଂଖ୍ୟା ୮ ଆରବ ହେବାକୁ ଯାଉଛି। ୧ରୁ ୨ ଆରବରେ ଜନସଂଖ୍ୟା ପହଞ୍ଚିବା ପାଇଁ ୧୨୩ ବର୍ଷ ଲାଗିଥିଲା ସେହିପରି ୬ ରୁ ୭ ଆରବ ପହଞ୍ଚିବା ପାଇଁ କେବଳ ୧୨ ବର୍ଷ ସମୟ ଲାଗିଥିଲା । ଏଭଳି ଦ୍ରୁତ ଗତିରେ ଜନସଂଖ୍ୟା ବୃଦ୍ଧି ପାଇଛି।

ସେହିପରି ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ବ୍ୟାପାର ର ଜନସଂଖ୍ୟା ବିଭାଗ କହିଛି ଯେ ଗ୍ଲୋବାଲ ପପୁଲେସନ ୨୦୩୦ ନଭେମ୍ୱର ସୁଦ୍ଧା ୮୫୦ କୋଟି କୁ ବୃଦ୍ଧି ପାଇବ।  ୨୦୫୦ ସୁଦ୍ଧା ଜନସଂଖ୍ୟା ୯୭୦କୋଟି ହେବ। ତେବେ ୨ୟ ବିଶ୍ୱଯୁଦ୍ଧ ପରେ ବିଶ୍ୱର ଜନସଂଖ୍ୟା ୨୦୮୦ ମସିହାରେ ୧୦.୪ ବିଲିୟନରେ ପିକ୍‌ ଛୁଇଁବ ଏବଂ ୨୧୦୦ ମସିହା ପର୍ଯ୍ୟନ୍ତ  ଏହି ସମାନ ସ୍ତର ରହିବ ବୋଲି ଆକଳନ କରିଛି ଜାତିସଂଘ। ତେବେ ଜାତିସଂଘ ଦ୍ୱାରା ପ୍ରକାଶିତ କିଛି ମୁଖ୍ୟ ତଥ୍ୟ ଉପରେ ନଜର ପକାଇବା

ଜାତିସଂଘ ରିପୋର୍ଟ ଅନୁଯାୟୀ  ୨୦୨୨ରେ ଭାରତର ଜନସଂଖ୍ୟା  ୧୪୧.୨ କୋଟି ଥିବା ବେଳେ ଚୀନର ଜନସଂଖ୍ୟା ୧୪୨.୬ କୋଟି ରହିଛି। ତେବେ ୨୦୨୩ ସୁଦ୍ଧା ଭାରତର ଜନସଂଖ୍ୟା ଚୀନକୁ ଟପିବ ଯିବ । ଏହାସହ ୨୦୫୦ ସୁଦ୍ଧା ଭାରତ ସମେତ ଆଉ ୮ ଟି ଦେଶ  ଜନସଂଖ୍ୟା ବିଶ୍ୱର ବର୍ଦ୍ଧିତ ଜନସଂଖ୍ୟାର  ଅର୍ଦ୍ଧାଧିକ ହେବ।

ବିଶ୍ୱ ଜନସଂଖ୍ୟା ଦିବସ ଜନସଂଖ୍ୟା ସହ ଜଡିତ ସମସ୍ତ ସମସ୍ୟାକୁ ଦୂର କରିବା  ଏବଂ ସଚେତନତା ସୃଷ୍ଟି କରିବା ପାଇଁ ପାଳନ କରାଯାଏ।  ପ୍ରସବ ଜନତ ସମସ୍ୟା, ସ୍ୱାସ୍ଥ୍ୟ, ଦାରିଦ୍ର, ପରିବାର ଯୋଜନା ଏବଂ ଲିଙ୍ଗଗତ ସମାନତା ଉପରେ ପ୍ରାଧାନ୍ୟ ଦିଆଯାଏ।

Leave a Reply

Your email address will not be published. Required fields are marked *