ଅନୁଗୁଳରେ ଦୁଇ ଶିଶୁଙ୍କୁ ଜାପାନୀ ଜ୍ୱର ! ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗ ଟିମ୍‌

Spread the love

ଡିପଥେରିଆ ଯୋଗୁ ଛାନିଆ ହୋଇ ପଡ଼ିଥିବା ରାଜ୍ୟବାସୀଙ୍କୁ ପୁଣି ଥରେ ଘାରିଲାଣି ଜାପାନୀ ଜ୍ୱର। ଏନସେଫାଲାଇଟସ୍ ଡର। ଅନୁଗୁଳ ଜିଲ୍ଲାରେ ୨ ଶିଶୁ ଜାପାନିଜ ଏନସେଫାଲାଇଟସ୍ ରୋଗରେ ଆକ୍ରାନ୍ତ ହୋଇଥିବା ସନ୍ଦେହ ସୃଷ୍ଟି ହୋଇଛି। ଏହାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଯାଇଛି । ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଭୁବନେଶ୍ୱରରୁ ଅନୁଗୁଳ ଗସ୍ତ କରିଛନ୍ତି ।

ଅନୁଗୁଳ ଜିଲ୍ଲାର କୋଶଳା ଓ ବନ୍ତଳା ଅଞ୍ଚଳର ଦୁଇ ଶିଶୁ ଜ୍ୱରରେ ପୀଡ଼ିତ ହୋଇଥିଲେ। ବହୁ ଚିକିତ୍ସା ପରେ ସୁସ୍ଥ ନ ହେବାରୁ ସେମାନଙ୍କ ରକ୍ତ ନମୁନା ଭୁବନେଶ୍ୱର ପଠାଯାଇଥିଲା। ଏହାପରେ ସେଠାରୁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ଅନୁଗୁଳ ଆସିଥିବା ଜଣାଯାଇଛି। ସେମାନେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସେଠାରୁ ସେମାନେ ମ୍ୟାଲେରିଆଠାରୁ ଆରମ୍ଭ କରି ଜାପାନିଜ୍ ଏନସେଫାଲାଇଟିସ୍ ସମ୍ପର୍କରେ ତଥ୍ୟ ହାସଲ କରିବେ । ଖୋଳତାଡ଼ କରିବା ପରେ ଏହାର ମୁକାବିଲା ନେଇ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହେବ । ତେବେ ଦୁଇ ଶିଶୁ ଜାପାନୀ ଜ୍ୱରରେ ପୀଡ଼ିତ ହୋଇଛନ୍ତି କି ନାହିଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହା  ସ୍ପଷ୍ଟ କରାଯାଇ ନାହିଁ। 

Leave a Reply

Your email address will not be published. Required fields are marked *