ଜାତୀୟ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳଙ୍କୁ ନେତୃବୃନ୍ଦଙ୍କ ଶ୍ରଦ୍ଧାଞ୍ଜଳି

() ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ଉପ-ରାଷ୍ଟ୍ରପତି ଜଗଦୀପ ଧନଖଡ ତାଙ୍କ ସ୍ମାରକୀ ସଦୈବ ଅଟଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି, ଭାରତରେ ତାଙ୍କର ଅବଦାନ ଅବିସ୍ମରଣୀୟ ।

ସ୍ବର୍ଗତ ବାଜପେୟୀଙ୍କ ଜନ୍ମ ଜୟନ୍ତୀରେ ଟ୍ବିଟ କରି ପ୍ରଧାନମନ୍ତ୍ରୀ ତାଙ୍କ ଅବଦାନକୁ ସ୍ମରଣପୂର୍ବକ କହିଛନ୍ତି କି, ତାଙ୍କର ନେତୃତ୍ୱ ଏବଂ ଦୂରଦୃଷ୍ଟି ଲକ୍ଷ ଲକ୍ଷ ଲୋକଙ୍କୁ ଉତ୍ସାହିତ କରିଛି । ବାଜପେୟୀ ୧୯୯୬ ମଇ ୧୬ ଠାରୁ ୧୯୯୬ ଜୁନ ୧ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ପୁଣିଥରେ ୧୯୯୮ ମାର୍ଚ୍ଚ ୧୯ ଠାରୁ ୨୦୦୪ ମଇ ୨୨ ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିଥିଲେ ।

 ସେ ୧୯୭୭ ରୁ ୧୯୭୯ ପର୍ଯ୍ୟନ୍ତ ମନ୍ତ୍ରୀ ମୋରାର୍ଜୀ ଦେଶାଇଙ୍କ କ୍ୟାବିନେଟରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ୧୬ ଅଗଷ୍ଟ ୨୦୧୮ ରେ ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

 ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥ ମନ୍ତ୍ରୀ ନିର୍ମଳ ସୀତାରମଣ ପ୍ରମୁଖ ମଧ୍ୟ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

 ୨୦୧୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ପ୍ରାପ୍ତକର୍ତ୍ତାଙ୍କୁ ସମ୍ମାନିତ କରିବା ପାଇଁ ଘୋଷଣା କରିଥିଲେ ଯେ ଡିସେମ୍ବର ୨୫କୁ ପ୍ରତିବର୍ଷ ଉତ୍ତମ ଶାସନ ଦିବସ ଭାବେ ପାଳନ କରାଯିବ ।

Related Articles

Leave a Reply

Your email address will not be published.

Back to top button