ଜାତୀୟ

ଶିବମୋଗା ବିମାନ ବନ୍ଦର ଉଦ୍‌ଘାଟିତ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ଶିବମୋଗା ବିମାନ ବନ୍ଦର ଉଦ୍ଘାଟନ କରିବା ସହ ଏକାଧିକ ବିକାଶ ଯୋଜନାର ଶିଳାନ୍ୟାଶ କରିଛନ୍ତି। ଚଳିତ ବର୍ଷ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହା ପ୍ରଧାନମନ୍ତ୍ରୀଙ୍କ ପଞ୍ଚମ ରାଜ୍ୟ ଗସ୍ତ।  ମୋଦି ଉଦ୍‌ଘାଟନୀ  ମଞ୍ଚରେ ଉପସ୍ଥିତ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି। ୟେଦୁରପ୍ପାଙ୍କର ଏହା ୮୦ ତମ ଜନ୍ମଦିନ। ପ୍ରଧାନମନ୍ତ୍ରୀ ୟୁଦୁରପ୍ପାଙ୍କ ହାତ ଧରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଶିବମୋଗା ବିମାନ ବନ୍ଦରର ଉଦ୍‌ଘାଟନୀ ଉତ୍ସବରେ ମୋଦି କହିଛନ୍ତି କି, କୃଷି, ସଂସ୍କୃତି, ପ୍ରାକୃତିର ମାଟି ଶିବମୋଗା ପାଇଁ ସୁଯୋଗର ଦ୍ବାରମାନ ଖୋଲି ଯାଇଛି। ହାୱାଇ ଚପଲ ପିନ୍ଧିଥିବା ଲୋକଙ୍କ ପାଇଁ ମଧ୍ୟ ଯେମିତି ବିମାନ ଯାତ୍ରା କରିପାରିବ, ତାକୁ ଲକ୍ଷ୍ୟ ରଖି ସ୍ବଳ୍ପ ମୂଲ୍ୟରେ ଉଡାଣ ଯୋଜନା କରାଯାଇଛି। ଶିବମୋଗା ଏକ ବିମାନବନ୍ଦର, ଯେଉଁଠି ସୌନ୍ଦର୍ଯ୍ୟ ଓ ସମ୍ଭାର। ଏହି ଗୋଟିଏ ସ୍ଥାନରେ ଜଣେ କର୍ଣ୍ଣାଟକର ସଂସ୍କୃତି ଓ ବୈଷୟିକ ଜ୍ଞାନ କୌଶଳର ମିଶ୍ରଣ ଦେଖିବାକୁ ପାଇ ପାରିବ। ମୋଦି ଆହୁରି କହିଛନ୍ତି କି, ଏହା କେବଳ ଏକ ବିମାନବନ୍ଦର ନୁହେଁ ବରଂ ଏହି ଅଞ୍ଚଳର ଯୁବଗୋଷ୍ଠୀଙ୍କ ସ୍ବପ୍ନ ପୂରଣରେ ସହାୟକ ହେବ।

ଶିବମୋଗାରେ ନିର୍ମିତ ବିମାନ ବନ୍ଦର ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ବେଳେ ଏହାର ଯାତ୍ରୀ ଟର୍ମିନାଲ କୋଠା ଏକ ପଦ୍ମ ଫୁଲ ଆକୃତିର ହୋଇଛି। ଏଠାରେ ଘଣ୍ଟାକୁ ୩୦୦ ଯାତ୍ରୀଙ୍କୁ ବିଶ୍ରାମ ସୁବିଧା ମିଳିପାରିବ।

ଏହି ଗସ୍ତ କାଳରେ ମୋଦି ଶିକାରିପୁରା- ରାନେବେନ୍ନୁ ନୂଆ ରେଳ ଲାଇନ ଓ କୋଟେଗାଙ୍ଗୁରୁ ରେଳବାଇ କୋଚିଂ ଡିପୋ ଉଦ୍ଦେଶ୍ୟରେ ଦୁଇଟି ରେଳବାଓ ପ୍ରୋଜେକ୍ଟ ପାଇଁ ଶିଳାନ୍ୟାସ କରିଛନ୍ତି। ଶିବମୋଗା- ଶିକାରିପୁରା-ରାନେବେନ୍ନୁର ରେଳଲାଇନ  ନିର୍ମାଣ ପାଇଁ ୯୯୦ କୋଟି ଟଙ୍କା ବ୍ୟୟ ଆଗତ ହୋଇଥିବା ବେଳେ ଏହି ପ୍ରୋଜେକ୍ଟ ଦ୍ବାରା ମାଲନାଦ କ୍ଷେତ୍ର ବେଙ୍ଗାଲୁରୁ- ମୁମ୍ବାଇ- ମେନଲାଇନ ସହ ସଂଯୁକ୍ତ ହେବ।

ଆଜି କର୍ଣ୍ଣାଟକ ପାଇଁ ଏକାଧିକ ପ୍ରୋଜେକ୍ଟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର। ଏଥିରେ ଏକାଧିକ ରାଜପଥ ବିକାଶ ପାଇଁ ୨୧୫ କୋଟି ଅର୍ଥ ବ୍ୟୟ ହେବ। ସେହିପରି ଏନଏଚ-୧୬୯ଏର ମେଗାରଭାଲ୍ଲିରୁ ଅଗୁମ୍ବେ ପର୍ଯ୍ୟନ୍ତ ପ୍ରଶସ୍ତିକରଣ ହେବ। ଏଥିସହ ୧୩ତମ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି କିସ୍ତିରେ ୧୬ହଜାର କୋର୍ଟି ପ୍ରଦାନ କରିବେ।

Related Articles

Leave a Reply

Your email address will not be published.

Back to top button