ଆଇସିୟୁରେ ଭର୍ତ୍ତି ସୀତାରାମ ୟେଚୁରୀ

ସୀତାରାମ ୟେଚୁରୀଙ୍କୁ ଶ୍ବାସକ୍ରିୟାରେ ସମସ୍ୟା ହେବାରୁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ସିପିଏମର ସାଧାରଣ ସମ୍ପାଦକ ତଥା ବରିଷ୍ଠ ରାଜନେତା ସୀତାରାମ ୟେଚୁରୀଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି ।ବର୍ତ୍ତମାନ ତାଙ୍କର ଚିକିତ୍ସା ଦିଲ୍ଲୀସ୍ଥିତ ଏମ୍ସରେ ଚାଲିଛି । ସେ ନିଜ ନିଃଶ୍ବାସ ପ୍ରଶ୍ବାସ ନେଇ ପାରୁ ନାହାନ୍ତି । ତେଣୁ ତାଙ୍କୁ ମେସିନ ଦ୍ବାରା ଆବଶ୍ୟକ ଅମ୍ଳଜାନ ଯୋଗାଇ ଦିଆଯାଉଛି ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

 ଅଗଷ୍ଟ ୧୯ ତାରିଖ ସନ୍ଧ୍ୟାରେ ନିମୋନିଆ ଯୋଗୁ ତାଙ୍କୁ ଏମ୍ସର ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ଆଇସିୟୁ ଓ ଏବେ ଶ୍ୱାସକ୍ରିୟା ମେସିନ ଦ୍ୱାରା ତାଙ୍କୁ ଅମ୍ଳଜାନ ଯୋଗାଇ ଦିଆଯାଉଛି। ଏହାପୂର୍ବରୁ ୟେଚୁରୀଙ୍କ ମୋତିଆ ବିନ୍ଦୁ ଅପରେସନ ମଧ୍ୟ ହୋଇଥିଲା।

ସୀତାରାମ ୟେଚୁରୀ ସିପିଆଇ (ଏମ୍)ର ବରିଷ୍ଠ ସଦସ୍ୟ। ସେ ୧୯୯୬ ମସିହାରେ ୟୁନାଇଟେଡ୍ ଫ୍ରଣ୍ଟ ସରକାର ପାଇଁ କମନ୍ ମିନିମମ୍ ପ୍ରୋଗ୍ରାମ୍ ପ୍ରସ୍ତୁତ କରିବାରେ ପି ଚିଦାମ୍ବରମଙ୍କ ସହ ସହଯୋଗ କରିଥିଲେ। ୨୦୦୪ରେ UPA ଗଠନ ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *