କିଡନୀ ରୋଗରେ ୨ ବର୍ଷରେ ମଲେଣି ୨୦ରୁ ଅଧିକ

Spread the love

କାମାକ୍ଷାନଗର: ଗାଁରେ ମହାମାରୀର ରୂପ ନେଉଛି କିଡନୀ ରୋଗ । ୨ ବର୍ଷ ମଧ୍ୟରେ ୨୦ ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ  ଓ ଅନେକ ଆକ୍ରାନ୍ତ ହୋଇ ବିଭିନ୍ନ ସରକାରୀ ଏବଂ ବେସରକାରୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ।

ଏ ହେଉଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କୋଟଗରା ପଞ୍ଚାୟତର ଗୋଦରିବିଲି ଗାଁ। ଗାଁରେ ପ୍ରାୟ ଦଳିତ ଓ ଗରିବ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ଦିର୍ଘ ୨ ବର୍ଷ ହେବ ଗାଁରେ କିଡନୀ ରୋଗ ଆତଙ୍କ ଦେଖାଦେଇଛି । ୨ ବର୍ଷ ମଧ୍ୟରେ ଗାଁରେ ୨୦ରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରିସାରିଲେଣି । ଏବେବି ଗାଁରେ ୧୦ ରୁ ଉର୍ଦ୍ଧ୍ବ ଲୋକ  ଆକ୍ରାନ୍ତ ହୋଇ ବିଭିନ୍ନ ସରକାରୀ ଓ ବେସରକାରୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଗାଁରେ ଏହା ମହାମାରୀର  ରୂପ ନେଇ ଥିବା ବେଳେ,ଏହାର ପ୍ରକୃତ କାରଣ ଜଣାପଡିନି। ଗାଁକୁ ପାଇପ ଯୋଗେ ଦୂଷିତ ପାନୀୟ ଜଳ ଯୋଗାଣ କାରଣ ରୁ ଏହି ରୋଗ ବ୍ୟାପୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ସେପଟେ ନବ ନିର୍ବାଚିତ ସରପଞ୍ଚ ଏହି ସମ୍ପର୍କ ରେ ଜାଣି ନ ଥିବା କହିଥିବା ବେଳେ, ଜିଲ୍ଲା ଚିକିତ୍ସା ଅଧିକାରୀ ଙ୍କ ସହ ଖୁବ ଶୀଘ୍ର ଯୋଗ ଯୋଗ କରି  ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି । ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ଖୁବ ଶୀଘ୍ର ଏକ ଟିମ ଉକ୍ତ ଗ୍ରାମକୁ ପଠାଇ କିଡନୀ ଆକ୍ରାନ୍ତ ରୋଗୀ ଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ ।

ସୈାମେନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *