ଜିଲ୍ଲା ସାମ୍ବାଦିକ ସଂଘ ଓ ସତ୍ୟନାରାୟଣ ସ୍ମୃତି କମିଟି ଦ୍ଵାରା ମାଗଣା ହୃଦରୋଗ ପରିକ୍ଷଣ

Spread the love

ବଲାଙ୍ଗିର : ସଂପ୍ରତି ହୃଦୟ ରୋଗ ସଂପର୍କରେ ଜନସଚେତନତା ବଢିଛି । ତେଣୁ ବଲାଙ୍ଗିର ସହରର ସାଧାରଣ ଜନତାଙ୍କୁ ହୃଦରୋଗ ସଂପର୍କୀୟ ସଚେତନତା ପାଇଁ ଗତକାଲି ସାମ୍ବାଦିକ ଭବନଠାରେ ଜିଲ୍ଲା ସାମ୍ବାଦିକ ସଂଘ ଓ ସତ୍ୟନାରାୟଣ ସ୍ମୃତି କମିଟି ତରଫରୁ ଏକ ମାଗଣା ହୃଦରୋଗ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବ ସୂଚନା ଅନୁସାରେ, ପ୍ରାୟ ୫୦ ଜଣ ଏଥିପାଇଁ ନାମ ପଂଜିକରଣ କରିଥିବା ବେଳେ ଭୁବନେଶ୍ଵର ଆପୋଲୋ ହସପିଟାଲର ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡା. ବ୍ୟୋମକେଶ ଦିକ୍ଷିତ ଯୋଗଦେଇ ୨୫ ଜଣ ବରିଷ୍ଠ ନାଗରିକ ତଥା ବରିଷ୍ଠ ସାମ୍ବାଦିକଙ୍କ ହୃଦୟ ପରୀକ୍ଷଣ କରି ସେ ସଂପର୍କରେ ବିଭିନ୍ନ ପରାମର୍ଶ ସହ ଔଷଧ ଗ୍ରହଣ କରିବାକୁ ଡାକ୍ତର ଦିକ୍ଷିତ ରୋଗୀମାନଙ୍କୁ ଉପଦେଶ ଦେଇଥିଲେ । ହୃଦରୋଗ ପରୀକ୍ଷଣରେ ଇସିଜି ପାଇଁ ନରେଶ ସେଠ, ଟିଟିଲାଗଡ ସହଯୋଗ କରିଥିଲେ ।

ପ୍ରାରମ୍ଭରେ ଜିଲ୍ଲା ସାମ୍ବାଦିକ ସଂଘ ଓ ସତ୍ୟନାରାୟଣ ସ୍ମୃତି କମିଟି ତରଫରୁ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶିବ ପ୍ରସାଦ ପରିଡା, ସାଧାରଣ ସଂପାଦକ ଶିଶିରକାନ୍ତ ଶତପଥୀ, ସ୍ମୃତି କମିଟି ସଭାପତି ଇଂ. ପ୍ରଦୀପ୍ତ କୁମାର ମିଶ୍ର, ସଂପାଦକ ଶରତ ମହାକୁର, ଡାକ୍ତର ବ୍ୟୋମକେଶ ଦିକ୍ଷିତଙ୍କୁ ସମ୍ବର୍ଦ୍ଧନା ପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।

ଏହି ଶିବିରକୁ ପରିଚାଳନା କରିବାରେ ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥୀ, ମନୋରଂଜନ ଯୋଷୀ, ହରିନାରାୟଣ ପୂଜାରୀ, ଶରତ ଚନ୍ଦ୍ର ମିଶ୍ର, ବିଶ୍ଵଜିତ ଦାଶ, ଘଟେଶ୍ଵର ମିଶ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସୁଧୀର ମିଶ୍ର, ସନ୍ଦୀପ କୁମାର କୁଅଁର, ଗୋପାଳ ପ୍ରଧାନ, ରିତୁରାଜ ସିଂ, ଦୀପକ ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *