୪ ହାତୀଙ୍କ ମୃତଦେହ ଠାବ, ବିଦ୍ୟୁତ ଆଘାତରେ ମୃତ୍ୟୁ ସନ୍ଦେହ

Spread the love

ଗୁଣୁପୁର | ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶର ମାନ୍ୟମ ଜିଲ୍ଲା କାଟ୍ରାଗଡ଼ା ଗାଁ ନିକଟରେ ପଡିଛି ୪ ହାତୀଙ୍କ ମୃତଦେହ । ବିଦ୍ୟୁତ ଟ୍ରାନ୍ସଫର୍ମର ନିକଟରେ ଏହି ୪ ହାତୀଙ୍କ ମୃତଦେହ ପଡିଥିବାରୁ ବିଦ୍ୟୁତ ଆଘାତରେ ହାତୀମାନଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ଗୁଣୁପୁର ଅଂଚଳରୁ ଏହି ହାତୀପଲ ଆନ୍ଧ୍ର ଅଭିମୁଖେ ଯାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ସୂଚନା ମିଳିଛି । ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *