ଓଡ଼ିଶା

ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ କରି ଗଢିତୋଳିବା ଦିଗରେ ତତ୍ପରତା

ପୁରୀ: ପୁରୀ ହେବ ବିଶ୍ୱ ଐତିହ୍ୟ ନଗରୀ । ଯାହାକୁ ନେଇ ପ୍ରସ୍ତୁତି ଯୋର ଶୋରରେ ଆରମ୍ଭ ହୋଇ ଯାଇଛି । ଜେଲ ରୋଡ ସ୍ଥିତ ବହୁତଳ ପାର୍କିଙ୍ଗ ସହ ବିଭିନ୍ନ କାର୍ଯ୍ୟ ଦ୍ରୁତ ଗତିରେ ଜାରି ରହିଛି । ସେପଟେ ନିର୍ଧାରିତ ସମୟ ପୂର୍ବରୁ କାର୍ଯ୍ୟ ସାରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି ।

ପୁରୀ ହେବ ବିଶ୍ୱ ଐତିହ୍ୟ ନଗରୀ । ବାତ୍ୟା ଫନି ପରେ ପୁରୀକୁ  ବିଶ୍ୱଐତିହ୍ୟ ନଗରୀ ରୂପେ ଗଢିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ପରିକଳ୍ପନା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ବିଭିନ ଉନ୍ନତି ମୂଳକ ପ୍ରକଳ୍ପ । ତେବେ ପୁରୀ ଜେଲ ରୋଡ଼ରେ ବହୁତଳ ବିଶିଷ୍ଠ ପାର୍କିଙ୍ଗ ତଥା ଦୋକାନ ଗୃହ ନିର୍ମାଣ, ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ, ମହଦଧି ମାର୍କେଟ ନିର୍ମାଣ ତଥା ସ୍ୱର୍ଗଦ୍ୱାର ଉନ୍ନତି କରଣ ଦ୍ରୁତ ଗତିରେ ଚାଲୁରହିଛି । ଖୁବ ଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ ହେଲେ ପ୍ରାୟ 3ହଜାରରୁ ଉର୍ଦ୍ଧ ବ୍ୟବସାୟୀ ମାନେ ଉପକୃତ ହେବେ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ଲାଗି ସମସ୍ତେ ସହଯୋଗ ପ୍ରଦାନ କରାଯାଇଛି ।

ପୂର୍ବରୁ କୋଭିଡ କଟକଣା ରହିଥିବା ଯୋଗୁଁ ନିର୍ମାଣ କାର୍ଯ୍ୟରେ ମନ୍ଥରତା ଦେଖା ଦେଇଥିଲା । କିନ୍ତୁ କାର୍ଯ୍ୟକୁ ନିର୍ଧାରିତ ସମୟ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଶ୍ରମିକ ଅଭାବ ରହିଥିବା ସତ୍ୱେ ମଧ୍ୟ ମାର୍କେଟ ଛକ,  ମାର୍କେଟ କମ୍ପ୍ଲେକ୍ସ ପ୍ରକଳ୍ପର ବେସମେଣ୍ଟ କାମ ଶେଷ ହୋଇଛି । ସେହିପରି ଜେଲ ରୋଡ଼ ପାର୍କିଙ୍ଗର ବେସମେଣ୍ଟ ନିର୍ମାଣ କିଛି ମାସ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ମହୋଦଧି ମାର୍କେଟ କମ୍ପ୍ଲେକ୍ସର ପାଇଲିଙ୍ଗ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ସ୍ୱର୍ଗଦ୍ୱାରର ପିଣ୍ଡି ନିର୍ମାଣ ଶେଷ ହୋଇ ଆଡମିନିଷ୍ଟ୍ରେଟିଭ ବିଲଡିଂ କାର୍ଯ୍ୟ ଚାଲିଛି ।

ଉନ୍ନତିମୂଳକ ପ୍ରକଳ୍ପ ଓ ଦୋକାନ ଗୃହ ଗୁଡିକର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ ହୋଇ ପାରିଲେ ବିସ୍ଥାପିତ ଦୋକାନୀ ମାନେ ଲାଭବାନ ହୋଇପାରିବେ ।

ପିଣ୍ଟୁ ସାହୁ ଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button