ସରିଲା ଦଶହରା, ମେଲାଣି ନେଉଛନ୍ତି ମା

Spread the love

ଭୁବନେଶ୍ବର: ସରିଲା ଦଶହରା। ପୁଣି ଆରବର୍ଷକୁ ଅପେକ୍ଷା। ଆଜି ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମାଆ ଜଗତଜନନୀ। ଅନୁଷ୍ଠିତ ହୋଇଛି ମହାମାୟାଙ୍କର ଭସାଣ ଉତ୍ସବ। ଦୁଇ ବର୍ଷର କୋଭିଡ କଟକଣା ପରେ ଏବର୍ଷ ପୁଣି ଶୋଭାଯାତ୍ରାରେ ହୋଇଛି ଭସାଣୀ ଉତ୍ସବ। ଏଥିପାଇଁ ଟ୍ୱିନସିଟିରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ। ବିସର୍ଜନ ପାଇଁ କରାଯାଇଛି ଅସ୍ଥାୟୀ ପୋଖରୀ। ସେପଟେ ବିଭିନ୍ନ ସ୍ଥାନରୁ ଆସୁଛି ଭସାଣିର ଚିତ୍ର। ଶୃଙ୍ଖଳିତ ଭସାଣୀ ଶୋଭାଯାତ୍ରା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଯାଜପୁର ଏବଂ କାମାକ୍ଷାନଗରରେ ପାରମ୍ପାରିକ ବାଦ୍ୟ ଯନ୍ତ୍ରର ତାଳେ ତାଳେ ମା ଦୁର୍ଗାଙ୍କ ବିଦାୟ ଉତ୍ସବ ପାଳିତ ହୋଇଛି।

ଦେଶର ବିଭିନ୍ନ ରାଜ୍ୟରେ ଭସାଣି ଉତ୍ସବ ପାଳିତ ହୋଇଛି। ପଶ୍ଚିମବଙ୍ଗ, ଛତିଶଗଡ, ବିହାର ସମେତ ଆଗ୍ରା ଏବଂ ଗୌହାଟିରେ ଧୁମଧାମରେ ପାଳନ କରାଯାଇଛି ଭସାଣୀ ଉତ୍ସବ। ସେପଟେ ଲଗାଣ ବର୍ଷା ସତ୍ୱେ ଓଡିଶାର ଟ୍ୱିନି ସିଟିରେ ଭସାଣ ଉତ୍ସବ ନିମନ୍ତେ ବ୍ୟାପକ ଲାଇଟ୍ ଓ ସାଉଣ୍ଡ ବ୍ୟବସ୍ଥା କରାଯାଇଥିବାବେଳେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ଭିଡ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ସହରରେ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି।

ଖାଲି ଟ୍ୱିନସିଟିରେ ନୁହେଁ ଯାଜପୁର ସମେତ କାମାକ୍ଷାନଗର ଏବଂ ଜୟପୁରରେ ମା ଦୁର୍ଗାଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଛି।। ଯାଜପୁରର ବିଭିନ୍ନ ପୂଜା କମିଟିର ମେଢଗୁଡିକୁ ସୁନ୍ଦରଭାବେ ବାଦ୍ୟ, ଘଣ୍ଟ , ସିଂଘ ବାଜା ତାଳେ ତାଳେ ମାଙ୍କୁ ବିଦାୟ ଦିଆଯାଉଛି। ଶାନ୍ତିଶୃଙ୍ଖଳାରେ ଭସାଣ ଉତ୍ସବ ସାରିବା ପାଇଁ ଜିଲ୍ଳା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଦେବୀଗଡା ନିକଟରେ ମାଙ୍କ ବିସର୍ଜନ ପାଇଁ ବୈତରଣୀ ନଦୀରେ ଏକ ପୋଖରୀ କରାଯାଇ ସେଠାରେ ସମସ୍ତ ମେଢ ବିସର୍ଜନ କରାଯିବା ପାଇଁ ବନ୍ଦୋବସ୍ତ କରାଯାଇଛି । ବର୍ଷା ସତ୍ୱେ ଭସାଣ ଉତ୍ସବ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । କାମାକ୍ଷାନଗରରେ ମଧ୍ୟ ପାରମ୍ପାରିକ ବାଦ୍ୟ ଯନ୍ତ୍ରର ତାଳେ ତାଳେ ବିଦାୟ ନେଇଛନ୍ତି ଜଗତଜନନୀ ମା ଦୁର୍ଗା।  ଚଳିତ ବର୍ଷ ଡିଜେ ସାଉଣ୍ଡକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ କେବଳ ପାରମ୍ପାରିକ ବାଦ୍ୟଯନ୍ତ୍ର ଦ୍ୱାରା ମାଙ୍କ ମେଲାଣି ହୋଇଛି।

ସେପଟେ ଲଘୁଚାପ ଜନିତ ବର୍ଷା ଯୋଗୁ ପୁରୀରେ ଭସାଣି ଯାତ୍ରା ବାତିଲ କରାଯାଇଛିl ସାତ ସହି କମିଟି ପକ୍ଷରୁ ଆଲୋଚନା କରାଯାଇ ନିଆଯାଇଛି ନିଷ୍ପତି l ଶ୍ରୀ ମନ୍ଦିର ସମୁଖ ରେ ଶ୍ରୀ କ୍ଷେତ୍ର ବିଭିନ୍ନ ଗୋଷାଣୀ ମାନେ ଦେବୀ ସଭା କରି ମେଲାଣି ନେଇଥାନ୍ତେ l ତେବେ ପ୍ରବଳ ବର୍ଷା ଯୋଗୁଁ ପୁରୀରେ ସ୍ଥଗିତ ରହିଛି ମାଙ୍କ ମେଲାଣୀ ଯାତ୍ରା।

Leave a Reply

Your email address will not be published. Required fields are marked *