Balangirଅର୍ଥନୀତିଓଡ଼ିଶା

ନଳକୂପରୁ ବାହାରୁଛି ସୁନା ଗୁଣ୍ଡ

ବଲାଙ୍ଗିର: ନଳକୂପରୁ ବାହାରୁଛି ସୁନା କଣିକା । ଘଟଣାଟି ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହରିଶଙ୍କର ନିକଟ ଛଞ୍ଚାଣବାହାଲ ଗ୍ରାମରେ । ପାଣି କାଢିଲାବେଳେ ସାଥିରେ ଆସୁଛି ସୁନା ରଙ୍ଗର କଣିକା । ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସରେ, ମାସେ ପୂର୍ବରୁ ଛଞ୍ଚାଣବାହାଲିର ମହମ୍ମଦ ଜାବେଦ ପାଣି ପାଇଁ ନିଜ ଚାଷ ଜମିରେ ନଳକୂପ ଖୋଳିଥିଲେ । ତେବେ 8 ମାର୍ଚ୍ଚରେ ଏଥିରେ ଏକ ମଟର ଖଞ୍ଜି ପାଣି ବାହାର କରିଥିଲେ ଯେଉଁଥିରେ ପାଣି ସହ ସୁନାରଙ୍ଗର କିଛି କଣିକା ଦେଖିବାକୁ ମିଳିଥିଲା । ଯାହାକୁ ସେ  ସୁନା ବୋଲି ସନ୍ଦେହ କରିଥିଲେ ।

ତେବେ ଏନେଇ ସ୍ଥାନୀୟ ଲୋକେ ଖପ୍ରାଖୋଲ ତହସିଲଦାର ଓ ବିଡିଓଙ୍କୁ ଜଣାଇଥିଲେ । ସେଠାରେ ତହିସିଲଦାର ଆଦିତ୍ୟ ପଶ୍ରାଦ ମିଶ୍ର ଯାଇ ଘଟଣାର ତଦନ୍ତ କରିଥିଲେ ଏବଂ ପରେ  ବିଡିଓ ରାମି ରଞ୍ଜନ ସାହୁ ଏବଂ ଥାନା ଅଧିକାରୀ ରାମାକାନ୍ତ ସାହୁ ପହଞ୍ଚି ସଂଗ୍ରହିତ କଣିକାକୁ ପରିକ୍ଷଣ ପାଇଁ ପଠାଇଥିଲେ । 

ଏହି ଗ୍ରାମଟି ଗନ୍ଧ ମାର୍ଦ୍ଧନ ପାହାଡର ପାଦଦେଶରେ ଥିବାରୁ ଲୋକମାନେ ଏଠାରେ ପ୍ରାକୃତିକ ସମ୍ପଦ ଭରି ରହିଥିବା କଥା ଆଗରୁ ସନ୍ଦେହ କରୁଥିଲେ । କିନ୍ତୁ ଏହି ସ୍ଥାନରେ ସୁନାଖଣି ଅଛି କି ନାହିଁ ତାହା ପରୀକ୍ଷା ପରେ ଜଣାପଡିବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ସୁନା ବାହାରିବା କଥା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published.

Back to top button