ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ୱତନ୍ତ୍ର ଟ୍ରେନର ସେବା ବୃଦ୍ଧି

Spread the love

ଭୁବନେଶ୍ୱର : ଜନସାଧାରଣଙ୍କ ଟ୍ରେନ ଯାତ୍ରାର ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ/ରୁ ଯାତାୟାତ ପାଇଁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି । ସେହିପରି ପୂର୍ବରୁ ଚଳାଚଳ କରୁଥିବା କେତେକ ସ୍ୱତନ୍ତ୍ର ଟ୍ରେନ ସେବାକୁ ମଧ୍ୟ ବୃଦ୍ଧି କରାଯାଇଛି ।

୦୮୪୬୫ ପୁରୀ-ଉଧନା (ସୁରଟ) ଜନ ସାଧାରଣ ସାପ୍ତାହିକ ଅଣ ସଂରକ୍ଷିତ ବିଶେଷ ଟ୍ରେନ ୧୨ ଜୁଲାଇରୁ ୨ ଅଗଷ୍ଟ ୨୦୨୩ ମଧ୍ୟରେ ପ୍ରତ୍ୟେକ ବୁଧବାର ଦିନ ପୁରୀରୁ ଅପରାହ୍ନ ୨ଘ.୫୫ମି.ରେ ଛାଡୁଥିବାବେଳେ ଫେରିବା ମାର୍ଗରେ ୦୮୪୬୬ ଉଧନା-ପୁରୀ ଜନ ସାଧାରଣ ସାପ୍ତାହିକ ଅଣ ସଂରକ୍ଷିତ ବିଶେଷ ଟ୍ରେନ ଜୁଲାଇ ୧୩ ରୁ ୩ ଅଗଷ୍ଟ ୨୦୨୩ ମଧ୍ୟରେ ପ୍ରତ୍ୟେକ ଗୁରୁବାର ରାତ୍ରି ୧୧ ଘଟିକାରେ ଉଧନାରୁ ଛାଡିବ । ଏହି ଟ୍ରେନ ପୁରୀ ଓ ଉଧନା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଅତି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ  ମାନଙ୍କରେ ରହଣି କରିବ । ଏହି ଟ୍ରେନ ରେ ୧୭ ଟି ଅଣ ସଂରକ୍ଷିତ ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଓ ଦୁଇଟି ଗାର୍ଡ, ଲଗେଜ ତଥା ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ କୋଚ ଉପଲବ୍ଧ ଅଛି ।

ସେହିପରି ୦୮୫୬୨ ବିଶାଖାପାଟନମ୍‌-ରଙ୍ଗପଡା ଉତର ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ ୩୦ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ (ଶନିବାର ଦିନ ରାତ୍ରି ୧୨ଘ.୧୦ମି ) ବିଶାଖାପାଟନମ୍ ଠାରୁ ଛାଡି ସୋମବାର ଦିନ ପୂର୍ବାହ୍ନ ୧୦ ଘଟିକାରେ ରଙ୍ଗପଡା ଉତରରେ ପହଞ୍ଚିବ । ପ୍ରଫେରିବା ମାର୍ଗରେ ୦୮୫୬୧ ରଙ୍ଗପଡା ଉତ୍ତର-ବିଶାଖାପାଟନମ୍ ସ୍ପେଶାଲ୍ ରଙ୍ଗପଡା ଉତ୍ତର ଠାରୁ ୩୧ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ପ୍ରତ୍ୟେକ ମଙ୍ଗଳବାର ଦିନ ଭୋର ୦୫ଘ.୧୫ମି. ରେ ଛାଡି ବୁଧବାର ଦିନ ଅପରାହ୍ନ ୦୩ଘ.୩୫ମି.ରେ ବିଶାଖାପାଟନମ୍ ଠାରେ ପହଞ୍ଚିବ । ଏହି ଟ୍ରେନରେ ଉଭୟ ଦିଗରୁ ବିଶାଖାପାଟନମ୍ ଏବଂ ରଙ୍ଗପଡା ଉତ୍ତର ଷ୍ଟେସନ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ରହଣି କରିବାକୁ ଥିବାବେଳେ ଏଥିରେ ସାତୋଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି ।

ଏହାସହ ୪ ଯୋଡା ବିଶେଷ ଟ୍ରେନ ଚଳାଚଳର ସେବା ବୃଦ୍ଧି କରାଯାଇଛି । ଏହି ଟ୍ରେନ୍ ଗୁଡିକ ହେଲା  ସାନ୍ତ୍ରାଗଛି-ପୁରୀ-ସାନ୍ତ୍ରାଗଛି ବିଶେଷ ଟ୍ରେନ, ଭଞ୍ଜପୁର (ବାରିପଦା) -ପୁରୀ-ଭଞ୍ଜପୁର ବିଶେଷ ଟ୍ରେନ.  ବିଶାଖାପାଟନମ୍‌-ବନାରସ-ବିଶାଖାପାଟନମ୍ ବିଶେଷ ଟ୍ରେନ ଓ  ପୂର୍ବରୁ ଘୋଷଣା କରାଯାଇଥିବା ଅନ୍ୟାନ୍ୟ ସ୍ୱତନ୍ତ୍ର ଟ୍ରେନ୍ । ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳ ମଧ୍ୟରେ ସେବା ଜାରି ରଖିଥିବା ପୂର୍ବରୁ ଘୋଷିତ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ହେଉଛି ପୁରୀ-ପାଟନା-ପୁରୀ ସ୍ପେଶାଲ୍‌, ପାଟନା-ପୁରୀ-ପାଟନା ସ୍ପେଶାଲ୍ ଏକ୍ସପ୍ରେସ୍‌, ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସ୍ପେଶାଲ୍‌, ବିଶାଖାପାଟନମ୍‌-ସିକନ୍ଦରାବାଦ ସ୍ପେଶାଲ୍ ଏକ୍ସପ୍ରେସ, ବିଶାଖାପାଟନମ୍‌-ତିରୁପତି ସ୍ୱତନ୍ତ୍ର ଏକ୍ସପ୍ରେସ, ବିଶାଖାପାଟନମ୍ – ମେହବୁବ ନଗର ସ୍ପେଶାଲ୍ ଏକ୍ସପ୍ରେସ, ବିଶାଖାପାଟନମ୍‌-ବେଙ୍ଗାଲୁରୁ କ୍ୟାଣ୍ଟ ସ୍ପେଶାଲ ଏକ୍ସପ୍ରେସ ଏବଂ ସମ୍ବଲପୁର-ଏରୋଡ ସ୍ପେଶାଲ ଏକ୍ସପ୍ରେସ ।

ଏହା ବ୍ୟତୀତ ବିଭିନ୍ନ ଷ୍ଟେସନରେ ଟ୍ରେନ୍ ଗୁଡିକର ପରୀକ୍ଷାମୂଳକ ରହଣି ବ୍ୟବସ୍ଥା ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି । ୧୫ ଜୁଲାଇ ଠାରୁ ୧୮୪୨୩/୧୮୪୨୪ ଭୁବନେଶ୍ୱର-ନୟାଗଡ଼ ଟାଉନ-ଭୁବନେଶ୍ୱର ସେବା ଏକ୍ସପ୍ରେସ ଟ୍ରେନ କୁ ଲିଙ୍ଗରାଜ ଟେମ୍ପଲ ରୋଡ ଷ୍ଟେସନ ଠାରେ ରହଣି କରିବ । ଭୁବନେଶ୍ୱରରୁ ୨୮ ଜୁନ୍ ଠାରୁ ଛାଡିବାକୁ ଥିବା ୧୭୦୧୫ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ କୁ ସତ୍ତେନାପଲ୍ଲୀ,ପିଡୁଗୁରୁଲା ଏବଂ ନାଡିକୁଡେ ଷ୍ଟେସନରେ ରହଣି କରିବ । ଭୁବନେଶ୍ୱରରୁ ୫ ଜୁଲାଇ ୨୦୨୩ ଠାରୁ ଛାଡିବାକୁ ଥିବା ୧୭୦୧୫ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ କୁ ମିରିୟାଲାଗୁଡା ଏବଂ ନାଲଗୋଣ୍ଡା ଷ୍ଟେସନରେ ରହଣି କରିବ ।

ପୁରୀ ଠାରୁ ୫ ଜୁଲାଇ ଠାରୁ ଛାଡିବାକୁ ଥିବା ୧୭୪୭୯ ପୁରୀ-ତିରୁପତି ଏକ୍ସପ୍ରେସ କୁ ଚିନ୍ନା ଗଞ୍ଜାମ ଷ୍ଟେସନରେ ରହଣି ବ୍ୟବସ୍ଥା ପ୍ରଦାନ କରାଯାଇଛି । ବିଶାଖାପାଟନମ୍ ଠାରୁ ୫ ଜୁଲାଇ ଠାରୁ ଛାଡିବାକୁ ଥିବା ୧୨୮୬୧ ବିଶାଖାପାଟନମ୍‌-ମେହବୁବନଗର ଏକ୍ସପ୍ରେସ କୁ ମଧୀରା ଷ୍ଟେସନରେ ରହଣି ବ୍ୟବସ୍ଥା ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *