Balangir

ବଲାଙ୍ଗିର : ଦୁଇ ଦିନ ହେଲା ଲଗାଣ ବର୍ଷା ଅଜି ଛୁଟି ଘୋଷଣା ହେଲା

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ଦୁଇଦିନ ହେଲା ଲଗାଣ ବର୍ଷା ଲାଗି ରହିଛି । ପାଣି ପାଗର ପୂର୍ବାନୁମାନରେ ରାଜ୍ୟ ରାଜସ୍ୱ କମିଶନର ଲାଲ ଅଞ୍ଚଳ ରୂପେ ଘୋଷଣା ପରେ ଆଜି ଦିନକୁ ବଲାଙ୍ଗିର ଜିଲ୍ଲାପାଳ ସରକାରୀ ବେସରକାରୀ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ମାନଙ୍କ ପାଇଁ ଛୁଟି ଘୋଷଣା କରିଛନ୍ତି । ଏହି ଅଞ୍ଚଳରେ ଅଗଷ୍ଟ ପହିଲା ଦିନ ଠାରୁ ବର୍ଷା ଲାଗି ରହିଛି ଫଳରେ ନାହିଁ ନଥିବା ଅସୁବିଧା ଦେଖା ଯାଇଛି । ରାତି ତମାମ ବର୍ଷା ଲାଗି ରହିଥିଲା ବେଳେ ତଳି ଅଞ୍ଚଳ ଜଳ ମଗ୍ନ ହୋଇଛି ।

ବଲାଙ୍ଗିର ସହର ଶାନ୍ତିପଡ଼ାର ପଞ୍ଜାବୀ ଗଳି ଦେଇ ଖର୍ସେଲ୍ ପଡାକୁ ଯାଇଥିବା ରାସ୍ତାର ଅବସ୍ଥା ୩ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ଖର୍ସେଲ୍ ଡଙ୍ଗର ତଳୁ ବୋହି ଆସୁଥିବା ପାଣି ଏବେ କାଳ ସାଜିଛି ଏହି ଅଞ୍ଚଳବାସୀଙ୍କ ପାଇଁ । ଆଗରେ ରହିଥିବା ପୋଲ ସଂକୁଚିତ ହୋଇଯିବା ଫଳରେ ବର୍ଷା ପାଣି ତଳମୁଣ୍ଡକୁ ଯାଇ ପାରୁନଥିବା ବେଳେ ଏଠାରେ ଏବେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଏଠାରେ ଥିବା ବାସଗୃହ ଭିତରେ ମଧ୍ୟ ଆଂଠୁଏ ଲେଖାଏ ପାଣି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ଅନେକ ସ୍ଥାନରେ ରାସ୍ତା ଉପରେ ଜଳ ପ୍ରଭାବିତ ହେଉଥିବାରୁ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଜିଲ୍ଲା ପ୍ରଶାସନ ମୁନ୍ସିପଲ୍ଟୀ ଉଦ୍ଧାରକାରୀ ଦଳ ଲାଗି ଥିବା ବେଳେ ଜିଲ୍ଲାପାଳ ଓ ନଗରପାଲ ନିଜେ ଅନେକ ସ୍ଥାନରେ ଲୋକଙ୍କ ପାଖରେ ସାହାଯ୍ୟ ପହଞ୍ଚେଇବାର ଉଦ୍ୟମ କରୁଥିବା ଦେଖା ଯାଉଛି।

Related Articles

Leave a Reply

Your email address will not be published.

Back to top button