ସାମାନ୍ୟ ବଚସାରୁ ବଡ଼ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା, ଟାଙ୍ଗିଆ ସହ ଥାନାରେ ସାନ ଭାଇର ଆତ୍ମ ସମର୍ପଣ

Spread the love

କନ୍ଧମାଳ: ସାମାନ୍ୟ ବଚସାକୁ ନେଇ ବଡ଼ ଭାଇକୁ ଅତି ନିର୍ମମ ଭାବରେ ଟାଙ୍ଗିଆ ରେ ହାଣି ହତ୍ୟା କରିଛି ସାନ ଭାଇ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ଡ଼ିମିରିଗୁଡା ଗାଁରେ । ସୂଚନା ଅନୁସାରେ ଏହି ଡ଼ିମିରିଗୁଡା ଗାଁର ନରେନ୍ଦ୍ର ବିନ୍ଧାଣି ଓ ତାଙ୍କ ଭାଇ କର୍ଣ୍ଣ ବିନ୍ଧାଣିଙ୍କ ମଧ୍ୟରେ ସୋମବାର ରାତିରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ପରିବାର ଲୋକ ଓ ସାହି ପଡିସା ଏଥିରେ ହସ୍ତକ୍ଷେପ କାରି ଗଣ୍ଡଗୋଳର ସମାଧାନ କରିଥିଲେ । ଏହାପରେ ନରେନ୍ଦ୍ର ସାହାଣୀ ଖାଇପିଇ ନିଜ ଘର ବାରଣ୍ଡାରେ ଏକ କଟିଆରେ ଶୋଇଥିବା ବେଳେ ତାଙ୍କର ସାନ ଭାଇ କର୍ଣ୍ଣ ବିନ୍ଧାଣି ଏକ ଧାରୁଆ ଟାଙ୍ଗିଆରେ ନରେନ୍ଦ୍ର କୁ ଅତି ନିର୍ମମ ଭାବରେ ହାଣି ପକେଇ । ସହ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ କଟିଆରେ ପଡି ଚିତ୍କାର କରୁଥିବା ଦେଖି ନରେନ୍ଦ୍ର ଙ୍କ ସ୍ତ୍ରୀ ପାଟି କାରି ଅନ୍ୟମାନଙ୍କୁ ଡାକିଥିଲେ । ସାଇପଡିସା ଓ ପରିବାର ଲୋକ ଗୁରୁତର ଆହତ ଅବସ୍ଥାରେ ନରେନ୍ଦ୍ରଙ୍କୁ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ମେଡିକାଲକୁ ଆଣିବା ବାଟରେ ହିଁ ନରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ମେଡିକାଳ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ମଙ୍ଗଳବାର ସକାଳୁ ହତ୍ୟାକାରୀ ସାନଭାଇ କର୍ଣ୍ଣ ବିନ୍ଧାଣି ହତ୍ୟା ରେ ବ୍ୟବହୃତ ଟାଙ୍ଗିଆ ସହ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡିଥିବା ବେଳେ ଘଟଣାକୁ ନେଇ ମୃତ ନରେନ୍ଦ୍ର ବିନ୍ଧାଣି ଙ୍କ ପୁଅ ତାଙ୍କ ବାପାଙ୍କୁ ତାଙ୍କ ଦଦା ହତ୍ୟା କରିଥିବା ନେଇ ଏକ ଲିଖିତ ଏତଲା ମଧ୍ୟ ଦେଇଛନ୍ତି । ଅନ୍ୟପଟେ ଅକ୍ଷୟଙ୍କ ଏତଲା ଆଧାରରେ ପୋଲିସ ହତ୍ୟାକାରୀ କର୍ଣ୍ଣକୁ ଥାନାରେ ଅଟକ ରଖିବା ସହ ମେଡିକାଲ ରେ ପହଞ୍ଚି ଶବର ପଞ୍ଚନାମା କରିବା ପରେ ଶବକୁ ବ୍ୟବାଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଦେଇଛି । ଘଟଣା ସ୍ଥଳରେ ସାଇଂଟିଫିକ ଟିମ ସହ ଖୋଦ ଥାନା ଅଧିକାରୀ ତପନ କୁମାର ନାହାକ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାର ଆସଲାକାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ତଦନ୍ତ ପରେ ଘଟଣା ର ସତ୍ୟତା ଜଣାପଡିବ ବୋଲି ଘଟଣା ର ତଦନ୍ତ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ବିକାଶ କୁମାର ଜାଳି ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି ଘଟଣା କୁ ନେଇ ଫିରିଙ୍ଗିଆ ଥାନାରେ ଏକ ହତ୍ୟା ମାମଲା ମଧ୍ୟ୍ୟ ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ତପନ କୁମାର ନାହାକ ।

Leave a Reply

Your email address will not be published. Required fields are marked *