ଆସନ୍ତାକାଲିଠୁ ୨ଦିନିଆ ଓଡ଼ିଶା ଗସ୍ତରେ ନଡ୍ଡା

ଆସନ୍ତାକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆସନ୍ତାକାଲି ଦିନ ଗୋଟାଏରେ ଭୁବନେଶ୍ଵର ପହଞ୍ଚିବେ ନଡ୍ଡା। ଏହାପରେ କଟକରେ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେବାକୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିବେ। ସେହିପରି ଶନିବାର ବିଜେପି ପକ୍ଷରୁ ପୁରୀରେ ଆୟୋଜିତ ତିନି ଦିନିଆ କର୍ମଶାଳରେ ଯୋଗ ଦେବେ । କର୍ମଶାଳରେ ବିଧାୟକ, ସାଂସଦଙ୍କ ଠାରୁ ଆରମ୍ଭ କରି ଦଳୀୟ କର୍ମୀଙ୍କୁ ରାଷ୍ଟ୍ରୀୟ ଅଧକ୍ଷ ଦେବେ ଗୁରୁମନ୍ତ୍ର।  ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *